ପାଞ୍ଚ ବର୍ଷରେ ଏତେ ବଦଳିଗଲେ ‘ବଜରଙ୍ଗୀ ଭାଇଜାନ’ଙ୍କ ‘ମୁନ୍ନି’, ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି ଫଟୋ ଏବଂ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ଛୋଟ ଝିଅ ଅର୍ଥାତ୍ ‘ମୁନ୍ନି’ର ଭୂମିକାରେ ଅଭିନୟ କରିଥିବା ହର୍ଷାଲୀ ମାଲହୋତ୍ରା ଏହି ସମୟରେ ଖୁବ ଚର୍ଚାରେ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ଚରିତ୍ରକୁ ଖୁବ ପସନ୍ଦ କରାଯାଇଥିଲା । ଆଜିକାଲି ସୋସିଆଲ ମିଡିଆରେ ହର୍ଷାଲୀ ମାଲହୋତ୍ରାଙ୍କ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋଗୁଡ଼ିକରେ ଏହା ଦେଖିବାକୁ ମିଳେ ଯେ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ତୁଳନାରେ ବର୍ତ୍ତମାନ ତାଙ୍କ ଲୁକ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ।

ହର୍ଷାଲୀ ମାଲହୋତ୍ରାଙ୍କୁ ଫଟୋଗୁଡ଼ିକରେ ଚିହ୍ନିବା ବହୁତ କଷ୍ଟକର ହୋଇପଡିଛି । 2015 ରେ ବଜରଙ୍ଗୀ ଭାଇଜାନ ମୁକ୍ତିଲାଭ କରିଥିଲା । ସେହି ସମୟରେ ହର୍ଷାଲୀ ମାଲହୋତ୍ରାଙ୍କୁ ମାତ୍ର 7 ବର୍ଷ ହୋଇଥିଲା ଏବଂ ବର୍ତ୍ତମାନ ତାଙ୍କୁ 12 ବର୍ଷ ବୟସ ହୋଇଛି । ଦିୱାଲୀ ଏବଂ ଭାଇ ଦୁଜ ଭଳି ପର୍ବ ଅବସରରେ ସେ ଇନଷ୍ଟାଗ୍ରାମରେ ନିଜର ଅନେକ ଫଟୋ ସେୟାର କରିଥିଲେ । ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ପୋଷ୍ଟଗୁଡ଼ିକୁ ବହୁତ ରିଏକ୍ସନ ଦେଉଛନ୍ତି ।


ସେୟାର କରନ୍ତୁ