କାର୍ତ୍ତିକ ପୂର୍ଣିମା: ସମୂହ ବୋଡ଼ ପକାଇବା ଏବଂ ଏକାଠି ହୋଇ ଡଙ୍ଗା ଭସା ଉପରେ କଟକଣା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା 30 ତାରିଖ କାର୍ତ୍ତିକ ପୂର୍ଣିମାରେ ଡଙ୍ଗା ଭସା ଏବଂ ସମୂହ ବୋଡ଼ ପକାଇବା ଉପରେ କଟକଣା ଜାରି କରିଛନ୍ତି । ଏହାସହିତ କଟକ, ପାରାଦୀପ ଓ ଭୁବନେଶ୍ୱର ଆଦି ସ୍ଥାନରେ ହେଉଥିବା ବାଲିଯାତ୍ରା ଉପରେ ମଧ୍ୟ କଟକଣା ଜାରି ହୋଇଛି । ତେବେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଇଛି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ମୁତାବକ, ଚଳିତ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲୋକମାନେ ନଦୀଘାଟ ଓ ଜଳାଶୟ ନିକଟରେ ଏକାଠି ହୋଇ ସକାଳୁ ଓଡ଼ିଆ ପରମ୍ପରା ଅନୁଯାୟୀ ଡଙ୍ଗା ଭସାଇବା ସହ ବୋଡ଼ ପକାଇଥାନ୍ତି । ତେବେ ବର୍ତମାନ ସମୟକୁ ଆଖି ଆଗରେ ରଖି କୋଭିଡ-19 ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଲୋକଙ୍କ ସ୍ୱାର୍ଥରେ ରାଜ୍ୟ ସରକାର ଏସବୁ ଉପରେ କଟକଣା ଜାରି କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-2005ର ଧାରା 24(1) ଓ ଓଡ଼ିଶା ବିପର୍ଯ୍ୟର ପରିଚାଳନା ରୁଲ- 2010ର ଧାରା 8(1) ଅନ୍ତର୍ଗତ ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷାରେ ଲୋକମାନେ ଯେଭଳି ରୁଣ୍ଡ ନହେବେ ତା’ ଉପରେ କଟକଣା ଜାରି କରିଛନ୍ତି ।

ତେବେ ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କରନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ- 2005 ଓ ଅନ୍ୟାନ୍ୟ ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।


ସେୟାର କରନ୍ତୁ