ଦେବା ଭାବନାରୁ ସମାଜରେ ଐକ୍ୟ ଓ ପ୍ରେମ ସ୍ଥାପିତ ହୁଏ ଏବଂ ନେବା ଭାବନାରୁ ସଂଘର୍ଷ ସୃଷ୍ଟି ହୁଏ ।
ଦେବା ଭାବନା ଉଦ୍ଧାର କରେ ଏବଂ ନେବା ଭାବନା ପତନ କରେ । କାହାଠାରୁ କିଛି ନେଇ ଅନ୍ୟକୁ ଦେବା ଅପେକ୍ଷା କିଛି ନଦେବା ହିଁ ସର୍ବୋତ୍ତମ ।
ସଂସାରରୁ କିଛିନେବା ପାପ ଓ ସଂସାରକୁ ଦେବା ପୁଣ୍ୟ ଅଟେ । ଏ ସଂସାର ସାଗରକୁ ଆସି ଯିଏ ନେବାକୁ ଚାହେଁ, ସେ ବୁଡ଼ିଯାଏ ,ଅନ୍ୟକୁ ଦେବାକୁ ଚାହୁଁଥିବା ବ୍ୟକ୍ତି ପାର ହୋଇଯାଏ ।
ସୁଖ ଗ୍ରହଣ କଲେ ଅନ୍ତଃକରଣ ଅଶୁଦ୍ଧ ହୁଇଯାଏ ଏବଂ ସୁଖ ପ୍ରଦାନକଲେ ଅନ୍ତଃକରଣ ବିଶୁଦ୍ଧ ହୋଇଯାଏ ।
ନେବାର ଇଚ୍ଛା ମଣିଷକୁ ଦାସ କରିଦିଏ ଏବଂ ଦେବାର ଇଚ୍ଛା ରହିଲେ ମଣିଷ ପ୍ରଭୁ ହୋଇଯାଏ ।
ନେବା ଭବନାରୁ ଭୋଗ ହୋଇଥାଏ ଏବଂ ଦେବା ଭାବନରୁ ଯୋଗ ହୋଇଥାଏ ।
ଆବଶ୍ୟକତା ଅନୁସାରେ ଶରୀରକୁ ଅନ୍ନ -ଜଳ -ବସ୍ତ୍ର ଯୋଗାଇଦେବା ଯଥାର୍ଥ କିନ୍ତୁ ନିଜକୁ ଶରୀର ଭାବି ଅନ୍ନ ଜଳ ବସ୍ତ୍ର ଗ୍ରହଣ କରିବା ଅନୁଚିତି । ନେବା ହିଁ ବନ୍ଧନ, ଦେବା ହିଁ ମୁକ୍ତି ।