‘କୁଲି ନଂ-1’ର ଟ୍ରେଲର ରିଲିଜ୍ ହେବା ମାତ୍ରେ ଛାଇଲା, ମଜାଦାର ଅନ୍ଦାଜରେ ଦେଖା ଗଲେ ସାରା ଏବଂ ବରୁଣ ଦେଖନ୍ତୁ ଭିଡିଓ- ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ସାରା ଅଲି ଖାନ ଏବଂ ବରୁଣ ଧାୱନଙ୍କ ଆଗାମୀ ଫିଲ୍ମ ‘କୁଲି ନଂ-1’ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ବରୁଣ ଧାୱନ ଏବଂ ସାରା ଅଲି ଖାନଙ୍କୁ ସମ୍ପୂର୍ଣ୍ଣ ନୂଆ ଅନ୍ଦାଜରେ ଦେଖିବାକୁ ମିଳୁଛି । ‘କୁଲି ନଂ-1’ ଟ୍ରେଲରରେ ଡ୍ୟାନ୍ସ , ରୋମାନ୍ସ , ମସ୍ତି, କମେଡି ଏବଂ ଆକ୍ସନ୍ ର ସମ୍ପୂର୍ଣ୍ଣ ଡୋଜ୍ ଅଛି । ସାରା ଅଲି ଖାନ ଏବଂ ବରୁଣ ଧାୱନଙ୍କ ଫିଲ୍ମର ଟ୍ରେଲର ରିଲିଜ ହେବା ମାତ୍ରେ ଧମାଲ ମଚାଉ ଅଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ସାରା ଅଲି ଖାନ ଏବଂ ବରୁଣ ଧାୱନଙ୍କ ଫିଲ୍ମ ‘କୁଲି ନଂ-1’ର ଟ୍ରେଲର ବର୍ତ୍ତମାନ ୟୁଟ୍ୟୁବର ଟପ ଟ୍ରେଣ୍ଡରେ ଅଛି । ବରୁଣ ଧାୱନ ଏହି ଫିଲ୍ମରେ ଗୋବିନ୍ଦାଙ୍କ ଲୁକ୍ ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ସଂଳାପକୁ ନକଲ କରୁଥିବା ଦେଖିବାକୁ ମିଳିଛି । ମୋଟ ଉପରେ କହିବାକୁ ଗଲେ ଏହି ଫିଲ୍ମ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିବାକୁ ଯାଉଛି । ଏପର୍ଯ୍ୟନ୍ତ ଫିଲ୍ମର ଟ୍ରେଲରକୁ 2 ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଫିଲ୍ମ ‘କୁଲି ନଂ 1’ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବାକୁ ଯାଉଛି ।

ଫିଲ୍ମ ‘କୁଲି ନଂ-1’ରେ ବରୁଣ ଧାୱନ ଏବଂ ସାରା ଅଲି ଖାନଙ୍କୁ ବହୁତ ମଜାଦାର ଷ୍ଟାଇଲରେ ଦେଖିବାକୁ ପାଇବେ । ପୂଜା ଏଣ୍ଟରଟେନମେଣ୍ଟର ଲୋକପ୍ରିୟ ଫ୍ରାଞ୍ଚାଇଜ୍ ଉପରେ ଆଧାରିତ ‘କୁଲି ନଂ-1’ ଏକ ପାରିବାରିକ କମେଡି ଅଟେ ଏବଂ ଏହାକୁ କମେଡିର ରାଜା ଡେଭିଡ ଧାୱନ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ବରୁଣ ଧାୱନ, ସାରା ଅଲି ଖାନ, ପରେଶ ରାୱଲ, ଜାଭେଦ୍ ଜାଫ୍ରି, ଜନି ଲିଭର, ରାଜପାଲ ଯାଦବଙ୍କ ପରି ଅଭିନେତାମାନେ ଅଭିନୟ କରିଛନ୍ତି ଏବଂ ବାସୁ ଭଗନାନୀ, ଜ୍ୟାକି ଭଗନାନୀ ଏବଂ ଦୀପଶିଖା ଦେଶମୁଖଙ୍କ ଦ୍ୱାରା ନିର୍ମିତ ହୋଇଛି । ଏହି ଫିଲ୍ମ 25 ଡିସେମ୍ବରରେ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ