15 ଦିନ ପୂର୍ବରୁ Covaxin ଟୀକା ଲଗାଇଥିବା ହରିୟାନାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ କରୋନା ପଜିଟିଭ, ଟୁଇଟ୍ କରି ଦେଲେ ଜାନକାରୀ

ଦେଶବିଦେଶ
ସେୟାର କରନ୍ତୁ

ଚଣ୍ଡୀଗଡ଼: ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ମୋତେ କରୋନା ସଂକ୍ରମିତ ହୋଇଛି । ମୁଁ ସିଭିଲ ହସ୍ପିଟାଲ ଅମ୍ବାଲା କ୍ୟାଣ୍ଟରେ ଭର୍ତ୍ତି ହୋଇଅଛି । ଯେଉଁମାନେ ମୋ ସହିତ ସମ୍ପର୍କରେ ଆସିଛନ୍ତି, ସେମାନଙ୍କୁ କରୋନା ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ କୋଭାକ୍ସିଂନର (Covaxin) ତୃତୀୟ ଚରଣ ଟ୍ରାଏଲ ସମୟରେ ନଭେମ୍ବର 20 ରେ ଅନିଲ ବିଜଙ୍କୁ କରୋନା ଟିକା ଦିଆଯାଇଥିଲା । ରାଜ୍ୟରେ କରୋନା ଭାଇରସ ମହାମାରୀର ସୁରକ୍ଷା ପାଇଁ ଭାରତ ବାୟୋଟେକ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ କାଉନସିଲ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ପ୍ରଥମେ ହିଁ ଘୋଷଣା ଘୋଷଣା କରିଦେଇଥିଲେ କି ସେ ସ୍ୱେଚ୍ଛାସେବୀ ଭାବେ ନିଜକୁ କୋଭାକ୍ସିନ ପରୀକ୍ଷାରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଟୀକାକରଣ କରିବେ ।


ସେୟାର କରନ୍ତୁ