ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଅଫିସ କାମରେ ପୂର୍ବ ଅଭିଜ୍ଞତା କାମରେ ଆସିବ । ସନ୍ତାନଙ୍କ ଉନ୍ନତିରେ ଗୌରବାନ୍ବିତ ଅନୁଭବ କରିବେ । କାନକୁହା ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ,ଅଯଥା ହଇରାଣ ହୋଇପାରନ୍ତି ।

ବୃଷ: ପରିଶ୍ରମ କରନ୍ତୁ, ସୁଫଳ ପାଇବେ । ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ଆପଣଙ୍କୁ ଧନଲାଭର ସୁଯୋଗ ମିଳିବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକମାନଙ୍କ ଲାଗି ଦିନଟି ଲାଭପ୍ରଦ।

ମିଥୁନ: ଭାଗୀଦାର କାରବାରରୁ ଭଲ ପରିଣାମ ପାଇବେ। ପାରିବାରିକ ଜୀବନ ସୁଖକର ହେବ। ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ ।

କର୍କଟ: ଠାକୁରଙ୍କ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଧର୍ମ ପୁସ୍ତକ ଆଦି ପଢ଼ିବେ। ଭବିଷ୍ୟତ ଲାଗି ନୂଆ ଯୋଜନା ତିଆରି କରିବେ। ବ୍ୟବସାୟ ନେଇ ବ୍ୟସ୍ତ ରହିବେ ।

ସି˚ହ: ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ସାଂସାରିକ ସୁଖ ସୁବିଧା ବୃଦ୍ଧି ହେବ । ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ । ଦୀର୍ଘଦିନର ଆଶା ପୂରଣ ହୋଇପାରେ ।

କନ୍ୟା: ପଠନ-ଲିଖନ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ପ୍ରିୟତମଙ୍କୁ ଉପହାର ଦେବେ । ଆପଣଙ୍କୁ ଉଚିତ ସମୟର ଧ୍ୟାନ ରଖିବାକୁ ହେବ ।

ତୁଳା: ଶୁଭ ସମାଚାର ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ । ଭାଗୀଦାରି କାରବାରରେ ଲାଭ ପାଇବେ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ରହିବ ।

ବିଛା: ଅଧିକ ପରିଶ୍ରମ କରନ୍ତୁ, ସଫଳତା ପାଇବେ । ମହିଳା ଶିଳ୍ପୋଦ୍ୟୋଗୀଙ୍କ ଲାଗି ଦିନଟି ଲାଭପ୍ରଦ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ । ଆୟର ମାତ୍ରା ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

ଧନୁ: ଅଧିକ ଦାୟିତ୍ୱ ବହନ କରିପାରନ୍ତି । କିଛି ନୂଆ ଅନୁଭବ ପ୍ରାପ୍ତି ହେବ । ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି।ଅଧିକାରୀଙ୍କ ସହିତ ମହତ୍ତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେବ।

ମକର: ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଭାବରେ କାର୍ଯ୍ୟ ସଂପାଦନ କରିବେ । ବ୍ୟବସାୟ ଉପରେ ବିରୋଧୀଙ୍କର ନଜର ରହିବ । କର୍ମକ୍ଷେତ୍ରରୁ ସଫଳତା ପାଇବେ ଓ ସୁଖ-ସନ୍ତୋଷ ଲାଭ କରିପାରନ୍ତି ।

କୁମ୍ଭ: କୌଣସି ଖୁସି ଖବର ପାଇବେ। ସମାରୋହକୁ ଯିବାର ଯୋଜନା କରିବେ । ସଫଳତାର ନୂଆ ପାହାଚରେ ପାଦ ରଖିବେ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ ।

ମୀନ: ଆପଣଙ୍କର ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ । ସପରିବାର ଭ୍ରମଣରେ ଯିବାର ଯୋଜନା କରିବେ । ଦାମ୍ପତ୍ୟ ସମ୍ବନ୍ଧ ନିବିଡ଼ ହେବ । କର୍ମକ୍ଷେତ୍ରରେ ଠିକ୍ କାମ କରନ୍ତୁ, ପ୍ରଶଂସାର ପାତ୍ର ହେବେ ।


ସେୟାର କରନ୍ତୁ