ଆମ୍ରପାଲି ଦୁବେ ଏବଂ ନିରହୁଆଙ୍କ ହଟ ଡ୍ୟାନ୍ସ ଭିଡିଓ, ଦେଖିକରି ଆପଣ ମଧ୍ୟ ଝୁମିବେ

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଗୀତ: ଭୋଜପୁରୀ ଫିଲ୍ମ ସୁପରଷ୍ଟାର ଦୀନେଶ ଲାଲ ଯାଦବ ଯଥା- ନିରହୁଆ ନିଜର ଅଭିନୟ ସହ ସୁମଧୁର ସ୍ୱର ପାଇଁ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ସେ ନିଜର ପ୍ରତ୍ୟେକ କାର୍ଯ୍ୟ ପାଇଁ ଦର୍ଶକଙ୍କ ହୃଦୟରେ ଥାଆନ୍ତି । ତାଙ୍କର ପ୍ରଶଂସକମାନେ ତାଙ୍କୁ ନିରହୁଆ ବୋଲି ଡାକନ୍ତି ଏବଂ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ମଧ୍ୟ ତାଙ୍କର ଏହି ନାମ ପ୍ରସିଦ୍ଧ । ଇତି ମଧ୍ୟରେ ନିରହୁଆ ଏବଂ ଅଭିନେତ୍ରୀ ଆମ୍ରପାଲି ଦୁବେଙ୍କ ଏକ ଜବରଦସ୍ତ ଗୀତ ‘କଚାକଚ୍ ମା ଲେୱେଲି’ର ଭିଡିଓ ପୁଣି ଥରେ ୟୁଟ୍ୟୁବରେ ଧମାଲ ମଚାଉଛି ।

ଯଦିଓ ନିରହୁଆ ଏବଂ ଅଭିନେତ୍ରୀ ଆମ୍ରପାଲି ଦୁବେଙ୍କ ସମସ୍ତ ଗୀତ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଛି, କିନ୍ତୁ ବର୍ତ୍ତମାନ ସେମାନଙ୍କର ଏକ ଗୀତ ‘କଚାକଚ୍ ମା ଲେୱେଲି’ ଏତେ ଲୋକପ୍ରିୟ ହୋଇଛି ଯେ ଏହାକୁ ୟୁଟ୍ୟୁବରେ 80,765,698 ଥରରୁ ଅଧିକ ବାର ଦେଖାଯାଇ ସାରିଲାଣି ।

ଏଠାରେ ଦେଖନ୍ତୁ ଭିଡିଓ…

ଏହି ଗୀତରେ ନିରହୁଆ ଏବଂ ଅଭିନେତ୍ରୀ ଆମ୍ରପାଲି ଦୁବେଙ୍କ ପ୍ରସିଦ୍ଧ ଯୋଡି ନଜର ଆସିଛନ୍ତି । ପୂର୍ବରୁ ଏହି ଦୁହିଁଙ୍କ ଫିଲ୍ମ ଭୋଜପୁରୀ ବକ୍ସ ଅଫିସରେ ଧମାଲ ମଚାଉ ଥିବାର ଦେଖିବାକୁ ମିଳିଛି । କିନ୍ତୁ ଏହି ଗୀତ ମଧ୍ୟ ଯେମିତି ଲୋକଙ୍କ ହୃଦୟ ଜିତିଛି । ଏହି ଗୀତକୁ ଓମ୍ ଝା ଏବଂ ଆମ୍ରପାଲି ଦୁବେ ଏକାଠି ମିଶିକରି ଗାଇଛନ୍ତି । ତେବେ ଏହି ଗୀତ ଶ୍ୟାମ ଦେହତି ଲେଖିଛନ୍ତି ।


ସେୟାର କରନ୍ତୁ