ଦେଶ କିଛି ଏମିତି ପ୍ରକାର କଲା କରୋନା ଭ୍ୟାକସିନ ଡ଼େ’ର ସ୍ୱାଗତ, ଦେଖନ୍ତୁ ଫଟୋ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶ କରୋନା ପ୍ରକୋପରୁ ଉଦ୍ଧାର ହେବା ପାଇଁ ଯୁଦ୍ଧ ଆରମ୍ଭ କରିଦେଇଛି । ଆଜି ଶନିବାର 16 ଜାନୁୟାରୀରେ ଦେଶର ସବୁଠାରୁ ବଡ଼ କୋଭିଡ ଭ୍ୟାକସିନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ରାଜଧାନୀ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଚ୍ୟୁଷ୍ଟ ଅଫ ମେଡିକାଲ ସାଇନିସ (AIIMS)ର ସଫାଇ କର୍ମୀ ମନୀଷ କୁମାର କୋଭିଡ-19 ବିରୋଧରେ ଭ୍ୟାକସିନ ନେଇଥିବା ପ୍ରଥମ ବ୍ୟକ୍ତି ହୋଇଛନ୍ତି ।

ଏହି ଖାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରିଛନ୍ତି, ‘ସବୁଠାରୁ ବଡ଼ ଭ୍ୟାକସିନ ଡ୍ରାଇବର ଆରମ୍ଭ । ଆସ କୋଭିଡ-19କୁ ହରାଇବା ।’ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଅନ୍ୟ ଜଣାଶୁଣା ବ୍ୟକ୍ତି ମଧ୍ୟ ଟୁଇଟ ଜରିଆରେ ଏହି ଅବସରରେ ଦେଶକୁ ଶୁଭକାମନା ଦେଇଛନ୍ତି ।

ପ୍ରସିଦ୍ଧ ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ କୋଭିଡ -19 ଟିକା ବିଷୟରେ ସ୍ୱାଗତ କରିବା ଏବଂ ଲୋକଙ୍କୁ ସଚେତନ କରାଇବା ପାଇଁ ବାଲି ଉପରେ ଏକ ସୁନ୍ଦର କଳାକୃତି ତିଆରି କରିଛନ୍ତି । ଏହି କଳାକୃତୀରେ ସେ କୋଭିଡ ଟିକାକୁ ସ୍ୱାଗତ କରି ଏହାର ଚିତ୍ର ବନାଇଛନ୍ତି ଏବଂ ଏଥିରେ ସେ ଲେଖିଛନ୍ତି ଯେ ‘ଆମେ ଏକାଠି ମିଶିକରି ଜିତି ପାରିବା ।’ ତେବେ ଏଥି ସହିତ ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ଏହି ଅବସରରେ ବହୁତ ଖୁସି ଦେଖାଯାଉଥିଲେ ।


ସେୟାର କରନ୍ତୁ