ଗ୍ୟାସ,ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ବୃଦ୍ଧିକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଲୋକମାନେ ମହଙ୍ଗାଇର ସମ୍ମୁଖୀନ ହେଉଛନ୍ତି ଏବଂ ମୋଦୀ ସରକାର ଟିକସ ସଂଗ୍ରହରେ ବ୍ୟସ୍ତ ଅଛନ୍ତି ।

ଗୋଟିଏ ସପ୍ତାହରେ ଚତୁର୍ଥ ଥର ପାଇଁ ମୂଲ୍ୟ ବୃଦ୍ଧି
ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଏକ ସପ୍ତାହ ମଧ୍ୟରେ ଚତୁର୍ଥ ଥର ପାଇଁ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିବାର ଗୋଟିଏ ଦିନ ପରେ ପୂର୍ବତନ କଂଗ୍ରେସ ସଭାପତି ଏହି ମନ୍ତବ୍ୟ ଦେଇଛନ୍ତି । ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ମୋଦୀ ଜୀ ଜିଡିପି – ଗ୍ୟାସ, ଡିଜେଲ ଏବଂ ପେଟ୍ରୋଲରେ ବହୁତ ବୃଦ୍ଧି ଆଣିଛନ୍ତି ।

ସେ କହିଛନ୍ତି, “ଲୋକମାନେ ମହଙ୍ଗାଇରେ ହଟହଟା ହେଉଛନ୍ତି ଏବଂ ମୋଦୀ ସରକାର ଟିକସ ସଂଗ୍ରହରେ ବ୍ୟସ୍ତ ଅଛନ୍ତି । କହିବାକି ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲର ମୂଲ୍ୟ ଦିଲ୍ଲୀରେ ଲିଟର ପିଛା 85.70 ଟଙ୍କା ଏବଂ ମୁମ୍ବାଇରେ ଲିଟର ପିଛା 92.28 ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ଡିଜେଲର ମୂଲ୍ୟ ଦିଲ୍ଲୀରେ ଲିଟର ପିଛା 75.88 ଟଙ୍କା ଏବଂ ମୁମ୍ବାଇରେ ଲିଟର ପିଛା 82.66 ଟଙ୍କାକୁ ବୃଦ୍ଧି ହୋଇଅଛି ।


ସେୟାର କରନ୍ତୁ