ରାଜ୍ୟ ପାଳୁଛି ସାଧାରଣତନ୍ତ୍ର ଦିବସ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଆଜି ହେଉଛି ସାଧାରଣତନ୍ତ୍ର ଦିବସ । 72ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ କଟକଣା ଭିତରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇ ଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟପାଳ ଗଣେଶୀ ଲାଲ୍‌ ପତାକା ଉତ୍ତୋଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।

ତେବେ କୋଭିଡ କଟକଣା ଭିତରେ ପରେଡ ଆୟୋଜିତ ହୋଇଥିବାରୁ ପ୍ରତିବର୍ଷ ପରେଡ ଦେଖିବା ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ଏଥର ବାରଣ କରାଯାଇଛି । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଦୂରରେ ରଖାଯାଇଛି । ସାଧାରଣତନ୍ତ୍ର ଦିବସ ପାଇଁ ଆୟୋଜିତ ପରେଡ୍‌ରେ 14ଟି ଗ୍ରୁପ ଭାଗ ନେଇଥିବା ‌ବେଳେ ପରେଡ୍‌ର ନେତୃତ୍ବ ନେଇଛନ୍ତି କେସିଙ୍ଗା ଏସ୍‌ଡିପିଓ ଏସ୍‌ ସୁଶ୍ରୀ ।

କମିସନରେଟ ପୁଲିସ ପକ୍ଷରୁ ପରେଡ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପରେଡ୍ ସ୍ଥଳରେ 25 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି । ସେହିପରି ଟ୍ରାଫିକ ପକ୍ଷରୁ ଯାନବାହାନ ଚଳାଚଳ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରେଡ ସମୟରେ ପରେଡ ସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରି ଦିଆଯାଇଥିଲା ।


ସେୟାର କରନ୍ତୁ