ପ୍ରିୟଙ୍କା ଚୋପ୍ରା ସେୟାର କଲେ ଗ୍ଲାମରସ୍ ଫଟୋ, ମୁଣ୍ଡରେ ହାତ ଦେଇ ଏମିତି ପୋଜରେ ଆସିଲେ ନଜର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଅନେକ ନାମ ଅର୍ଜନ କରିଛନ୍ତି । ନିକଟରେ ଅଭିନେତ୍ରୀଙ୍କର ‘ହ୍ୱାଇଟ ଟାଇଗର’ ଫିଲ୍ମ ରିଲିଜ ହୋଇଛି, ଯାହା ପ୍ରଶଂସକଙ୍କଠାରୁ ବହୁତ ପ୍ରତିକ୍ରିୟା ପାଉଅଛି । ଏହି ସମୟରେ ପ୍ରିୟଙ୍କା ଚୋପ୍ରା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ଏକ ଗ୍ଲାମରସ୍ ଷ୍ଟାଇଲରେ ପୋଜ୍ କରିଥିବା ନଜର ଆସିଛନ୍ତି । ପ୍ରିୟଙ୍କାଙ୍କ ଏହି ଫଟୋଗୁଡ଼ିକ ପ୍ରଶଂସକମାନଙ୍କୁ ବହୁତ ଖୁବ ପସନ୍ଦ ଆସୁଅଛି ।

ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳେ ଯେ ଅଭିନେତ୍ରୀ ଅଲଗା ଅଲଗା ପୋଜ୍ ଦେଉଛନ୍ତି । ଫଟୋରେ ପ୍ରିୟଙ୍କା ଚୋପ୍ରାଙ୍କ କେଶ ବହୁତ ସୁନ୍ଦର ଦେଖାଯାଉଛି । ପ୍ରଶଂସକମାନେ ଅଭିନେତ୍ରୀଙ୍କ ଏହି ଫଟୋ ଉପରେ ବହୁତ କମେଣ୍ଟ କରୁଛନ୍ତି ଏବଂ ସେମାନଙ୍କର ମତାମତ ଦେଉଛନ୍ତି ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ଚୋପ୍ରାଙ୍କ ପରବର୍ତ୍ତୀ ଫିଲ୍ମ ହେଉଛି ‘ଟେକ୍ସଟ ଫର ୟୁ’ ଅଟେ । ଯାହାର ସୁଟିଂ ଏହି ନିକଟରେ ଲଣ୍ଡନରେ ଶେଷ ହୋଇଛି । ନିକଟରେ ପ୍ରିୟଙ୍କାଙ୍କ ଫିଲ୍ମ ‘ୱାଇ କ୍ୟାନ ଵି ହିରୋଜ’ ରିଲିଜ୍ ହୋଇଛି । କହିବାକି ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷ ଥର ପାଇଁ ‘ଦ ସ୍କାଇ ଇଜ ପିଙ୍କ’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଫରହାନ ଅଖତର ଏବଂ ଜାଇରା ୱାସିମ ତାଙ୍କ ସହ ନଜର ଆସିଥିଲେ ।


ସେୟାର କରନ୍ତୁ