Ganpath:କ୍ରିତି ସେନନଙ୍କ ମୋସନ ପୋଷ୍ଟର ରିଲିଜ, ଟାଇଗର ଶ୍ରଫଙ୍କ ସହିତ ପୁଣିଥରେ ଧୁମ ମଚାଇବାକୁ ପ୍ରସ୍ତୁତ – ଦେଖନ୍ତୁ ଭିଡିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ରିତି ସେନନ୍ ନିଜ ଫିଲ୍ମରେ ଲୋକଙ୍କ ହୃଦୟ ଜିତିବା ପାଇଁ କୌଣସି ପଥ ଛାଡି ନାହାଁନ୍ତି । କ୍ରିତି ସେନନ୍ ଫିଲ୍ମ ‘ହିରୋପନ୍ତି’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ଏହି ଫିଲ୍ମ ସହିତ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଏହି ଫିଲ୍ମରେ ସେ ଟାଇଗର ଶ୍ରଫଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏବେ ପୁଣି ଥରେ କ୍ରିତି ସେନନ୍ ଟାଇଗର ଶ୍ରଫଙ୍କ ସହିତ ଧମାଲ ମଚାଇବା ପାଇଁ ପ୍ରସ୍ତୁତ । ନିକଟରେ ନିଜର ଆଗାମୀ ଫିଲ୍ମ ‘ଗଣପତ’ର ଏକ ମୋସନ ପୋଷ୍ଟର ମଧ୍ୟ ରିଲିଜ ହୋଇଛି, ଯେଉଁଥିରେ ସେ ବାଇକରେ ଏକ ଧମାକାଦାର ଅନ୍ଦାଜରେ ପୋଜ ଦେଇଥିବାର ନଜର ଆସିଛନ୍ତି ।

କ୍ରିତି ସେନନଙ୍କ ଏହି ଧମାକାଦାର ଲୋକ ଟାଇଗର ଶ୍ରଫ ନିଜର ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରିଛନ୍ତି, ଯାହାକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି । ଏହି ଲୁକ୍କୁ ସେୟାର କରି ଟାଇଗର ଶ୍ରଫ୍ ଲେଖିଛନ୍ତି, ‘ଅପେକ୍ଷା ସମାପ୍ତ ହୋଇଛି, ତେଣୁ ପୁନର୍ବାର ଏହି ପ୍ରତିଭା ସହିତ କାମ କରିବାକୁ ଉତ୍ସାହିତ ଅଛି ।’ ଭିଡିଓରେ କ୍ରିତି ସେନନଙ୍କ ଲୁକ୍ ଏବଂ ତାଙ୍କ ଷ୍ଟାଇଲ ପ୍ରକୃତରେ ଦେଖିବା ଯୋଗ୍ୟ । ଏହି ଲୁକ୍ ପାଇଁ ପ୍ରଶଂସକମାନେ କ୍ରିତି ସେନନଙ୍କୁ ପ୍ରଶଂସା କରିବାରେ ଥକି ନାହାନ୍ତି । କହିବାକି ଏହା ପୂର୍ବରୁ ମଧ୍ୟ ଟାଇଗର ଶ୍ରଫ୍ ‘ଗଣପତ’ ସହ ଜଡିତ ଏକ ଲୁକ୍ ସେୟାର କରିଥିଲେ, ଯେଉଁଥିରେ ଜଣେ ଝିଅ ବାଇକରେ ଠିଆ ହୋଇଥିବା ଦେଖାଯାଇଥିଲା ।

ଟାଇଗର ଶ୍ରଫ ଏବଂ କ୍ରିତି ସେନନଙ୍କୁ ପୁଣି ଏକାଠି ଦେଖିବା ପାଇଁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଦେଖାଯାଉଛନ୍ତି । କହିବାକି ଏହାପୂର୍ବରୁ ଦୁହେଁ ହେରୋପନ୍ତିରେ ଏକାଠି କାମ କରିଥିଲେ, ଯାହା ଦର୍ଶକଙ୍କୁ ଭଲ ଲାଗି ଥିଲା । ଏହା ବ୍ୟତୀତ କ୍ରିତି ସେନନ ଖୁବ୍ ଶୀଘ୍ର ବଚ୍ଚନ ପାଣ୍ଡେରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ଅଭିନେତ୍ରୀ ବଲିଉଡର ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । କ୍ରିତି ସେନନଙ୍କୁ ‘ହାଉସ୍ଫୁଲ୍ 4’ ଏବଂ ‘ପାନିପଥ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ​​। ଏଥି ସହିତ ଟାଇଗର ଶ୍ରଫଙ୍କୁ ଶେଷ ଥର ପାଇଁ ଫିଲ୍ମ ବାଗୀ-3ରେ ଦେଖିବାକୁ ମିଳିଥିଲା ।


ସେୟାର କରନ୍ତୁ