ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଉନ୍ନତିର ନୂଆ ମାର୍ଗ ଖୋଲିବ । ବେପାର ବୃତ୍ତିରେ ଲାଭ ପାଇବେ । ରାଜନୀତିରେ ସଫଳତା ପାଇବେ । ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ । ପ୍ରେମ ସମ୍ୱନ୍ଧୀୟ ଖବର ଭଲ ରହିବ ।

ବୃଷ: ପରିବାର ସହିତ ମିଶିବା ହେତୁ ଖୁସି ରହିବେ । ଛାତ୍ରୀମାନେ ସହପାଠୀଙ୍କ ସାହାଯ୍ୟ ପାଇବେ । ସ୍ବାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ସଦ୍-ଭାବ କିମ୍ବା ସହକର୍ମୀମାନଙ୍କ ସହ-ଯୋଗ ପାଇବେ ନାହିଁ ।

ମିଥୁନ: ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଯାନ୍ତ୍ରୀକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତି ହେବାରେ ବିଳମ୍ବ ଘଟିବ । ବ୍ୟବସାୟରେ ଉଚିତ ଲାଭ ପାଇବେ।

କର୍କଟ: ଆତ୍ମସମୀକ୍ଷାରେ ସମୟ ବିତିବ । ଖାସ୍ କାମରେ ବାଧା ଉପୁଜିପାରେ । ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ । ଦୂରସ୍ଥାନକୁ ଯାତ୍ରାରେ ଯିବେ । ଦେବଦେବୀଙ୍କର ଦର୍ଶନ ପାଇପାରନ୍ତି ।

ସି˚ହ: ଅନ୍ୟମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ମିଳିବ । ପ୍ରେମ ସମ୍ବନ୍ଧ ସୁଖଦ ରହିବ। ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।

କନ୍ୟା: ସବୁ କାମରେ ସଫଳ ହେବେ। ପରିବାର ସହିତ ମିଶିବା ହେତୁ ଖୁସି ରହିବେ । ଆର୍ଥିକ ସ୍ଥିତି ସୁଧୁରିବ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ ।

ତୁଳା: ନିଜର ଚତୁରତାରେ କାମ ହାସଲ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଉଚିତ ଲାଭ ପାଇବେ। ପରିବେଶ ଓ ପରିସ୍ଥିତି ଠିକ୍ ନ ଥିବା କାରଣରୁ ଭୋଗ ବିଳାସରେ ବାଧାବିଘ୍ନ ଘଟିପାରେ ।

ବିଛା: କୌଣସି କାମରେ ମନର ସ୍ଥିରତା ରହିବ ନାହିଁ । କର୍ମକ୍ଷେତ୍ରରେ କାଳକ୍ଷେପଣ ନୀତିରେ କେତେକ କାମକୁ ଅବହେଳା କରି ସମାଲୋଚିତ ହେବାକୁ ପଡିବ । ପ୍ରେମରେ ପ୍ରଗାଢତା ଆସିବ ।

ଧନୁ: ସ୍ବାସ୍ଥ୍ୟ ଭଲ ରହିବ । ପାରିବାରିକ କ୍ଷେତ୍ରରେ ଉନ୍ନତମାନର ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ । ରାଜନୀତିରେ ସଫଳତା ପାଇବେ । ବନ୍ଧୁଙ୍କ ସହଯୋଗ ପାଇବେ ।

ମକର: ଆଜିର ଯାତ୍ରା ଆନନ୍ଦଦାୟକ ରହିବ ଓ ନୂତନ ମିତ୍ରତା ସୃଷ୍ଟି ହେବ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି । ଭଲ ପାଇବା କ୍ଷେତ୍ରରେ ଭରପୁର ଆନନ୍ଦ ପାଇବେ ।

କୁମ୍ଭ: କୌଣସି କଥାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ । ବ୍ୟବସାୟରେ ଉଚିତ ଲାଭ ପାଇବେ । ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବ । ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି ।

ମୀନ: ଯାନ୍ତ୍ରୀକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ଘଟିପାରେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ରାଜନୀତିରେ ସଫଳତା ପାଇବେ । ପ୍ରେମ ସମ୍ବନ୍ଧ ସୁଖଦ ରହିବ।


ସେୟାର କରନ୍ତୁ