ପର୍ଜଙ୍ଗ-ମୁକ୍ତାପସି : ପର୍ଜଙ୍ଗ ବ୍ଲକ ଅଧିନସ୍ଥ ମୁକ୍ତାପସି ଗ୍ରାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ‘ମା ଲଣ୍ଡାବିରି ଚ୍ୟାଲେଞ୍ଜ ଟ୍ରଫି’ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟଟି ମୁକ୍ତାପସି କ୍ରିକେଟ କ୍ଲବ (MCC) ଦ୍ୱାରା ଆୟୋଜିତ କରାଯାଇଥିଲା । ଏହି ଉଦଯାପନୀ ଖେଳ ବାରିହାପୁର ଏବଂ ବସୁଲେଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯାହାର ଫଳାଫଳ ସୁରୂପ ଏହି ଖେଳରେ ବରିହାପୁର ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲା ଏବଂ ବସୁଲେଇ ରନର୍ସ ଅପ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବରେ ପର୍ଜଙ୍ଗ ବ୍ଲକ ଅଧକ୍ଷ ଅକ୍ଷୟ କୁମାର ବେହେରା ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ମୁକ୍ତାପସି ପଞ୍ଚାୟତର ସରପଞ୍ଚ ଭୋଳେଶ୍ୱର ସେଠୀ ଓ ମୁକ୍ତାପସି ସେବା ସମବାୟ ସମ୍ପାଦକ ନିରାକାର ବିଶ୍ୱାଳ ଯୋଗ ଦେଇ ଆୟୋଜିତ କରାଇଥିବା ଟିମ୍କୁ ଉତ୍ସାହିତ କରାଇଥିଲେ ।
ଏହି ଟୁର୍ଣ୍ଣାମେଣ୍ଟରେ ଷୋହଳଟି ଦଳ ଅଂଶ ଗ୍ରହଣ କରିଥିଲେ । ତେବେ ଏହି ମ୍ୟାଚରେ ବାରିହାପୁର ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ 15 ଓଭରରେ 5 ୱେକେଟ ହରାଇ 108 ରନ ସଂଗ୍ରହ କରିଥିଲା । ଏହି ଟିମ ବିଫକ୍ଷରେ ଖେଳୁଥିବା ବସୁଲେଇ ଟିମ ଏହାର ପିଛାକରି 12.3 ଓଭରରେ 10 ୱେକେଟ ହରାଇ 82 ରନ ସଂଗ୍ରହ କରିପାରିଥିଲା ।

ଏହି ମ୍ୟାଚରେ ବାରିହାପୁର ଟିମର Sp 49 ରନ କରିବା ସହ 4 ୱେକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲେ । ତେବେ ଏହି ପୁରା ଶୃଙ୍ଖଳାରେ ଭଲ ଖେଳି ବସୁଲେଇ ଟିମର ବିକାଶ ସମୁଦାୟ 89 ରନ ଓ 7 ୱେକେଟ ନେଇ ମ୍ୟାନ ଅଫ ଦ ସିରିଜ ଘୋଷିତ ହୋଇଥିଲେ ।