Coronavirus: ଦେଶରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 16,577 ନୂଆ କେସ, ଏହି ସମୟ ମଧ୍ୟରେ 120 ରୋଗୀଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 16 ହଜାର 577 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 120 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 12 ହଜାର 179 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ ଏକ କୋଟି 10 ଲକ୍ଷ 63 ହଜାର 491କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ ଏକ ଲକ୍ଷ 56 ହଜାର 825 ଲୋକଙ୍କର ଜୀବନ ଯାଇଅଛି । ମୋଟ ଆକ୍ଟିଭ ମାମଲା ଖସି କରି ଦୁଇ ଲକ୍ଷରୁ କମ ମଧ୍ୟ ହୋଇଅଛି । ଏବେ ଦେଶରେ ଏକ ଲକ୍ଷ 55 ହଜାର 986 ଲୋକଙ୍କର ଚିକିତ୍ସା ଚାଲୁଅଛି । ତେବେ ଏପର୍ଯ୍ୟନ୍ତ ଏକ କୋଟି 7 ଲକ୍ଷ 50 ହଜାର 680 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 25 ଫେବୃୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 21 କୋଟି 46 ଲକ୍ଷ 61 ହଜାର 465 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ ପାଖାପାଖି 8,31,807 ଲକ୍ଷ ସାମ୍ପୁଲ କାଲି ଟେଷ୍ଟ କରାଯାଇଛି ।

ପୂର୍ବ 24 ଘଣ୍ଟାରେ ନୂଆ ମାମଲା -16,577
ଏପର୍ଯ୍ୟନ୍ତ ମୋଟ ମାମଲା – 1,10,63,491

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 12,179
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ – 1,07,50,680

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 120
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 1,56,825

ଆକ୍ଟିଭ ମାମଲା – 1,55,986


ସେୟାର କରନ୍ତୁ