ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: କୌଣସି ଶୁଭ ସମାଚାର ମିଳିବା ହେତୁ ମନ ପ୍ରସନ୍ନ ରହିବ । ଭାଗବତ ପ୍ରେମି ହେବେ । ମଧୁରଭାଷୀ ହୋଇପାରନ୍ତି । ଭଲପାଇବା କ୍ଷେତ୍ରରେ ଉତ୍ତମ ବୁଝାବଣା ରହିବ ।

ବୃଷ: ଇଷ୍ଟଦେବଙ୍କ ଧ୍ୟାନ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ । ବ୍ୟବସାୟରୁ ଅଧିକ ଧନଲାଭ ହେବ । ପ୍ରେମ ସମ୍ୱନ୍ଧରେ ମୁଣ୍ଡ ନପୁରାଇବା ଭଲ । ପିଲାମାନଙ୍କର ପାଠପଢ଼ାରେ ମନ ଲାଗିବ ।

ମିଥୁନ: ମନ ପ୍ରସନ୍ନ ରହିବ । ବୃଦ୍ଧିବଳରେ କିଛି କାର୍ଯ୍ୟ ହାତକୁ ଆଣିପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଅଭିଭାବକଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ପାଇବେ ।

କର୍କଟ: ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଚଞ୍ଚଳମନା ହେବେ । ପରକୁ ଆପଣାର କରିବାରେ ସକ୍ଷମ ହେବେ । ଛାତ୍ରଛାତ୍ରୀମାନେ ଭଲ କରିବେ ।

ସିଂହ: ନୀରାମୟ ଜୀବନ ଯାପନ କରିପାରନ୍ତି । ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷତାକାର ହେବ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।

କନ୍ୟା: ବ୍ୟବସାୟରେ ସଫଳତା ଲାଭ କରିବେ । ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି ।

ତୁଳା: ଅର୍ଥାଗମର ସୂଚନା ରହିଛି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଭାଗ୍ୟଶାଳୀ ଏବଂ ଭୋଗ-ବିଳାସରେ ଅତିବାହିତ ହୋଇପାରେ ।ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ ।

ବିଛା: ବ୍ୟବସାୟରେ ଲାଗିରହିଥିବା ବିବାଦ ସମାପ୍ତ ହେବ । ସୁଖରେ ଜୀବନଯାପନ କରିବେ । କ୍ୟାରିୟରକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ମହିଳାମାନଙ୍କ ଲାଗି ଦିନଟି ଭଲ ।

ଧନୁ: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ବନ୍ଧୁ ସହୋଦରଙ୍କ ଠାରୁ ସହାୟତା ମିଳିବ । ଦୀର୍ଘ ଦିନର ବନ୍ଧୁତା ପ୍ରେମ ସଂପର୍କରେ ବଦଳି ପାରେ । ଆକସ୍ମିକ ଧନ ଲାଭ ହୋଇପାରେ ।

ମକର: ରାନୈତିକ କ୍ଷେତ୍ର ପ୍ରସ୍ତୁତ ପାଇଁ ଅଣ୍ଟା ଭିଡି ପାରନ୍ତି । ଆଶା କରୁଥିବା କାର୍ଯ୍ୟଟି ହାତକୁ ଆସିପାରେ । ନିଜର ସାମର୍ଥ୍ୟ ବଳରେ ସବୁ କାମ ସ˚ପୂର୍ଣ୍ଣ କରିନେବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ ।

କୁମ୍ଭ: ନୂଆ କାମ ପାଇଁ ଦୂର ସ୍ଥାନକୁ ଯିବେ । ନିଜର ଦାୟିତ୍ୱ ପାଇଁ ବ୍ୟଗ୍ର ହୋଇପାରନ୍ତି । କୃଷିକର୍ମରେ ମନୋନିଵେଶ ଲାଗିବ । ବିଭିନ୍ନ ଦିଗରୁ ସହାୟତା ମିଳିବ । ପ୍ରେମ ସମ୍ୱନ୍ଧରେ ପ୍ରଗାଢତା ଆସିବ ।

ମୀନ: କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୁଚନା ମିଳୁଛି । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଆଦରି ନେଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।


ସେୟାର କରନ୍ତୁ