ମିଥୁନ ଚକ୍ରବର୍ତ୍ତୀ ଯେବେ ବେଶ ବଦଳାଇ କରିଥିଲେ ଷ୍ଟେଜରେ ଜବରଦସ୍ତ ଡ୍ୟାନ୍ସ ,କେହି ପାରି ନଥିଲେ ଚିନ୍ହି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆଜି ଦିନସାରା ଚର୍ଚାରେ ରହିଥିଲେ । ମିଥୁନ ଦା ଏବେ ପୂର୍ବ ପରି ଫିଲ୍ମରେ ସକ୍ରିୟ ନୁହଁନ୍ତି, କିନ୍ତୁ ଆଜି ମଧ୍ୟ ତାଙ୍କ ପ୍ରଶଂସକ ଏବଂ ଅନୁସରଣକାରିଙ୍କ ମଧ୍ୟରେ କୌଣସି ହ୍ରାସ ଘଟିନାହିଁ । ମିଥୁନ ଚକ୍ରବର୍ତ୍ତୀ ଗତ କିଛି ବର୍ଷ ଧରି ରିଅଲିଟି ସୋ ଜଜ୍ ଭାବରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ମିଥୁନଙ୍କର ଏକ ଭିଡିଓ ବହୁତ ତେଜିରେ ଭାଇରାଲ ହେଉଛି । ଭିଡ଼ିଓ ଦେଖିଲେ ପ୍ରଥମେ ତୁମେ ବିଶ୍ୱାସ କରିବ ନାହିଁ ଯେ ସେ ମିଥୁନ ଚକ୍ରବର୍ତ୍ତୀ ବୋଲି ।

ଏହା ହେଉଛି ମିଥୁନ ଚକ୍ରବର୍ତ୍ତୀଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ, ଯେଉଁଥିରେ ସେ ମାଇକେଲ ଜ୍ୟାକସନଙ୍କ ଷ୍ଟାଇଲରେ ନାଚିଛନ୍ତି । ସେହି ସମୟରେ ମିଥୁନ୍ ସୋନି ଟିଭି ଶୋ ‘ଏଣ୍ଟରଟେନମେଣ୍ଟ କେଲିଏ କୁଛ ଭି କରେଗା’ର ସେଟ୍ ରେ ଫୁଲ ଗେଟଅପରେ ପହଞ୍ଚିଥିଲେ । ବଲିଉଡର ଡିସ୍କୋ ଡ୍ୟାନ୍ସର 90 ବର୍ଷ ବୟସ୍କା ଭାବରେ ସୋ’ରେ ପହଞ୍ଚିଥିଲେ ଏବଂ ମାଇକେଲ ଜ୍ୟାକସନଙ୍କ ଷ୍ଟାଇଲରେ ନାଚିବା ଆରମ୍ଭ କରିଥିଲେ । ତାଙ୍କ ଡ୍ୟାନ୍ସ ଦେଖି ଶୋରେ ବିଚାରପତି ହୋଇଥିବା ଫରାହ ଖାନ ଏବଂ ଅନୁ ମଲିକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ପ୍ରକାଶ ପାଇଲା ଯେ ଏହି ବ୍ୟକ୍ତି ମିଥୁନ ଚକ୍ରବର୍ତ୍ତୀ ବ୍ୟତୀତ ଅନ୍ୟ କେହି ନୁହଁନ୍ତି । ଶୋ’ରେ ତାଙ୍କ ପାଇଁ ବହୁତ କରତାଳି ବାଜିଥିଲା ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ଆଜି ମିଥୁନ ଚକ୍ରବର୍ତ୍ତୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ର ସଦସ୍ୟତା ଗ୍ରହଣ କରିଥିଲେ । କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ସେ ବିଜେପିରେ ଯୋଗ ଦେଇଥିଲେ । ୱାର୍କଫ୍ରଣ୍ଟର କଥା କହିବାତ, ମିଥୁନ ଦାଙ୍କୁ ଶେଷ ଥର ପାଇଁ ‘ଦ ତାସ୍କନ୍ଦ ଫାଇଲ’ରେ ଦେଖିବାକୁ ମିଳିଥିଲା ​​। କହିବାକି ମିଥୁନ ଚକ୍ରବର୍ତ୍ତୀ ନିଜର କ୍ୟାରିୟରରେ 350 ରୁ ଅଧିକ ବଲିଉଡ ଫିଲ୍ମରେ ଅଭିନୟ କରିବା ବ୍ୟତୀତ ବଙ୍ଗଳା, ଓଡିଆ ଏବଂ ଭୋଜପୁରୀରେ ମଧ୍ୟ ଅନେକ ଫିଲ୍ମ କରିଛନ୍ତି ।


ସେୟାର କରନ୍ତୁ