VIDEO: ରିଲିଜ୍ ହେବା ମାତ୍ରେ ଇଣ୍ଟରନେଟରେ ଛାଇଲା ଅସୀମ ରିୟାଜ ଏବଂ ଶିବଲିକା ଓବରାଇଙ୍କ ଗୀତ ‘ସାଇୟୋନି’

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ‘ବିଗ୍ ବସ୍’ ଶୋ’ର ପ୍ରସିଦ୍ଧ ଅଭିନେତା ଅସୀମ ରିଆଜଙ୍କ ମ୍ୟୁଜିକ୍ ଭିଡିଓ ‘ସାଇୟୋନି’ (Saiyyonee)ରିଲିଜ୍ ହୋଇଯାଇଛି । ଏହି ଭିଡିଓରେ ‘ଖୁଦା ହାଫିଜ’ ଅଭିନେତ୍ରୀ ଶିବଲିକା ଓବରାଇ ତାଙ୍କ ସହ କାମ କରିଛନ୍ତି । ଏହି ଗୀତରେ ଉଭୟଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରିକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ମ୍ୟୁଜିକ୍ ଭିଡିଓରେ ଅସୀମ ଶିବଲିକାଙ୍କ ସହ ପ୍ରେମ କରୁଥିବା ନଜର ଆସିଛନ୍ତି ।

ବିଗ୍ ବସ୍ 13 ର ରନର୍ ଅପ୍ ହୋଇଥିବା ଅସିମ୍ ରିୟାଜଙ୍କ ଭିଡ଼ିଓ ରିଲିଜ୍ ହେବା ମାତ୍ରେ ଚର୍ଚାକୁ ଆସିଯାଇଛି । ଏହି ଭିଡିଓ ବହୁତ ଦେଖାଯାଉଛି । ‘ସାଇୟୋନି’ (Saiyyonee) ଗୀତର ଭିଡିଓରେ ଅସୀମ ରିଆଜ ନିଜର ଶରୀରକୁ ଦେଖାଉଥିବା ବେଳେ ଅନ୍ୟପକ୍ଷରେ ଶିବଲିକା ଓବରାଇଙ୍କ କୁଲ୍ ଏବଂ ଷ୍ଟାଇଲିସ୍ ଲୁକ୍ ପ୍ରଶଂସକଙ୍କୁ ପାଗଳ କରିଦେଇଛି । ଏହି ଭିଡିଓଟି ବହୁତ ସୁନ୍ଦର ଢଙ୍ଗରେ ସୁଟିଂ କରାଯାଇଛି । ଏହି ଗୀତର ଲିରିକ୍ସ ମଧ୍ୟ ବହୁତ ମଧୁର ଅଟେ । ଭିଡିଓର ଗୀତକୁ ୟାସର ଦେଶାଇ ଏବଂ ରଶ୍ମୀତ୍ କୌର ଏକାଠି ଗାଇଛନ୍ତି ଏବଂ ଗୀତର ଲିରିକ୍ସ ସମୀର ଅନଯାନଙ୍କ ଦ୍ୱାରା ଲେଖା ଯାଇଛି । ଏହି ମ୍ୟୁଜିକ୍ ଭିଡିଓକୁ ଗୌରବ ଦାସଗୁପ୍ତ ନିର୍ଦ୍ଦେଶନା ଦେଇଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ଏହି ଭିଡିଓ ୟୁଟ୍ୟୁବରେ ରିଲିଜ୍ କରିବାବେଳେ ଗୌରବ ଦାସଗୁପ୍ତ ଲେଖିଛନ୍ତି ଯେ ‘ମୁଁ ମୋ ଝିଅ ବେଦିକାଙ୍କୁ ସାଇୟୋନି (Saiyyonee) ଡେଡିକେଟ କରୁଅଛି ‘। ଏହି ଗୀତରେ ପ୍ରେମ ଏବଂ ରୋମାନ୍ସ ବହୁତ ସୁନ୍ଦର ଭାବରେ ପ୍ରଦର୍ଶିତ ହୋଇଛି । ବିଶ୍ୱାସ କରାଯାଏ ଯେ ଅସୀମ ରିଆଜ ଏବଂ ଶିବଲିକା ଓବରାଇଙ୍କ ଯୋଡି ଯାଦୁ ସୃଷ୍ଟି କରିବାରେ ସକ୍ଷମ ହେବେ । ବିଗ୍ ବସ୍ ଶୋ’ରେ ଆସିମ୍ ଏବଂ ହିମାଂଶୀ ଖୁରାନାଙ୍କ ଯୋଡି ଲୋକମାନେ ବହୁତ ପସନ୍ଦ କରିଥିଲେ । ଶୋ ପରେ ମଧ୍ୟ ଉଭୟଙ୍କ ସମ୍ପର୍କ ଚର୍ଚାରେ ରହିଅଛି । ଏହି ଦୁଇ ଜଣଙ୍କର ମ୍ୟୁଜିକ୍ ଭିଡିଓ ମଧ୍ୟ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା ।


ସେୟାର କରନ୍ତୁ