କରୋନା: ସରକାରୀ ଅଫିସ ପାଇଁ ଆସିଲା ଗାଇଡଲାଇନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଦେଶର ଅନେକ ରାଜ୍ୟରେ ଏବେ ଜୀବନ ନେଉଥିବା କରୋନା ପୁଣି ଥରେ ତାର ପାଦ ପ୍ରସାରିତ କରିବାରେ ଲାଗିଅଛି । ରାଜ୍ୟ ସରକାର କରୋନା ସ୍ଥିତିକୁ ଆଖି ଆଗରେ ରଖି ବିଶେଷ କରି ସରକାରୀ ଅଫିସ ପାଇଁ ଆଗୁଆ ସତର୍କତା ଜାରି କରିଛନ୍ତି । ଏଥିପାଇଁ ପୁରୁଣା ନିର୍ଦ୍ଦେଶାବଳୀକୁ ମନେପକାଇ ଦେଇଛି ସାଧାରଣ ପ୍ରଶାସନ ବିଭାଗ ।

ଅଫିସ ପରିସରରେ ସବୁ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅଫିସ୍‌ରେ କର୍ମଚାରୀଙ୍କ ମଧ୍ୟରେ ଅନ୍ୟୁନ ଦୁଇ ମିଟର ଦୂରତା ରହିବା ଜରୁରୀ । କରିଡ଼ରରେ ଅନାବଶ୍ୟକ ଗହଳି ନକରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀମାନେ ନିୟମିତ ଭାବେ 20 ସେକେଣ୍ଡ ହାତ ଧୋଇବାକୁ ନିର୍ଦ୍ଦେଶ । ଭର୍ଚୁଆଲ ମୋଡରେ ବୈଠକ କରିବାକୁ ପ୍ରାଥମିକତା ଦିଆଯିବ । କରିଡ଼ରରେ ଅନାବଶ୍ୟକ ଗହଳି ନକରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନମାନିଲେ ଏହାକୁ ବିଶୃଙ୍ଖଳା ବୋଲି ମନେ କରାଯିବ ।

ଆଜି ରାଜ୍ୟରେ 100ରୁ ଅଧିକ କରୋନା କେସ ଆସିଅଛି । ପୂର୍ବ 24 ଘଣ୍ଟାରେ ରାଜ୍ୟରେ 110 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 64 ଜଣ କ୍ୱାରେଣ୍ଟିନ୍‌ରୁ ହୋଇଥିବା ବେଳେ 46ଟି ଲୋକାଲ କେସ୍ ରହିଛି । ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 338599କୁ ବୃଦ୍ଧି ଘଟିଛି ।


ସେୟାର କରନ୍ତୁ