ଅକ୍ଷୟ କୁମାର ହସ୍ପିଟାଲରେ ଭର୍ତ୍ତି, ଗୋଟିଏ ଦିନ ପୂର୍ବରୁ ହୋଇଥିଲା କରୋନା, କହିଲେ- ମୁଁ ଶୀଘ୍ର ଘରକୁ ଫେରିବି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କରୋନା ପଜିଟିଭ୍ ହେବାର ଗୋଟିଏ ଦିନ ପରେ ଅକ୍ଷୟ କୁମାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହା ସହିତସେ ନିଜର ସ୍ୱାସ୍ଥ୍ୟବସ୍ଥା ବିଷୟରେ କହିଛନ୍ତି । ଆସନ୍ତୁ ଜାଣିବା ଅକ୍ଷୟ ରବିବାର ଦିନ ପ୍ରଶଂସକମାନଙ୍କୁ କହିଥିଲେ ଯେ ତାଙ୍କର କୋଭିଡ -19 ରିପୋର୍ଟ ପଜିଟିଭ ଆସିଅଛି, ଯାହା ପରେ ସେ ନିଜେ ଘରେ ହୋମ ଆସୋଲେସନ କରିଦେଇଥିଲେ । ସେ ଫିଲ୍ମ ‘ରାମ ସେତୁ’ର ସୁଟିଂ କରୁଥିଲେ ।

ବଲିଉଡ ଅଭିନେତା ଅକ୍ଷୟ କୁମାର ଟ୍ୱିଟ କରି କହିଛନ୍ତି, ‘ଆପଣ ସମସ୍ତଙ୍କର ଆଶୀର୍ବାଦ ପାଇଁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ପ୍ରାର୍ଥନା ମଧ୍ୟ ପ୍ରଭାବ ପକାଉଛି । ମୁଁ ଭଲ ଅଛି, କିନ୍ତୁ ସତର୍କତାମୂଳକ ପଦକ୍ଷେପ ଏବଂ ଚିକିତ୍ସା ପରାମର୍ଶ ନେଇ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଁ ଆଶା କରୁଛି ମୁଁ ଶୀଘ୍ର ଘରକୁ ଫେରିବି । ଧ୍ୟାନ ରହେ ।’

ଅକ୍ଷୟ କୁମାର 4 ଏପ୍ରିଲରେ ତାଙ୍କ ଟ୍ୱିଟରେ ଲେଖିଥିଲେ ଯେ ‘ ତୁମ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ଆଜି ସକାଳେ ମୋର କୋଭିଡ 19 ରିପୋର୍ଟ ପଜିଟିଭ ଆସିଅଛି । ସମସ୍ତ ପ୍ରୋଟୋକଲ୍ ପାଳନ କରି ମୁଁ ନିଜକୁ ଆସୋଲେସନ କରିଦେଇଛି । ମୁଁ ଘରେ କ୍ଵାରିଣ୍ଟିଂନରେ ଅଛି ଏବଂ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସେବା ନେଉଛି । ମୁଁ ଅନୁରୋଧ କରୁଛି ଯେଉଁମାନେ ମୋ ସହିତ ସମ୍ପର୍କରେ ଥିଲେ ସେମାନେ ନିଜର ପରୀକ୍ଷା ସମାପ୍ତ କରନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ । ଶୀଘ୍ର କାମକୁ ଫେରିବି । ‘


ସେୟାର କରନ୍ତୁ