ରାହୁଲ ଗାନ୍ଧୀ ହେଲେ କରୋନାରେ ଆକ୍ରାନ୍ତ, ଟୁଇଟ କରି ଦେଲେ ସୂଚନା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏ ନେଇ ମଙ୍ଗଳ ବାର ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଟୁଇଟ କରି ସେ ଜାନକାରୀ ଦେଇଛନ୍ତି କି, ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ମୁଁ ପରୀକ୍ଷା କରାଇଲି । ମୋର ରିପୋର୍ଟ ପଜିଟିଭ୍ ଆସିଅଛି । ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିଲେ, ଦୟାକରି ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରନ୍ତୁ ଏବଂ ସୁରକ୍ଷିତ ରହନ୍ତୁ ।

ରାହୁଲ ଗାନ୍ଧୀ ଏହି ରବିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅଧୀନରେ ହେବାକୁ ଥିବା ରାଲିଗୁଡ଼ିକୁ ବାତିଲ କରିଦେଇଥିଲେ । ଏହା ପୂର୍ବରୁ ରାହୁଲ ଗାନ୍ଧୀ କେରଳ ଗସ୍ତରେ ଥିଲେ ।


ସେୟାର କରନ୍ତୁ