Coronavirus: 24 ଘଣ୍ଟାରେ ସାମ୍ନାକୁ ଆସିଲା 4 ଲକ୍ଷରୁ ଅଧିକ ମାମଲା, 4092 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ମାମଲା ରେକର୍ଡ ସଂଖ୍ୟକ ବଢ଼ିବାରେ ଲାଗିଅଛି । ଦେଶରେ ପଞ୍ଚମ ଥର ଏବଂ ଲଗାତାର ଚତୁର୍ଥ ଦିନ 4 ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 4 ଲକ୍ଷ 03 ହଜାର 738 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 4 ହଜାର 092 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 3 ଲକ୍ଷ 86 ହଜାର 444 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 4,03,738
ଏପର୍ଯ୍ୟନ୍ତ ମୋଟ ମାମଲା -2,22,96,414

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 3,86,444
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -1,83,17,404

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 4092
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 2,42,362

ମୋଟ ଆକ୍ଟିଭ କେସ- ସଇଁତିରିଶି ଲକ୍ଷ 36 ହଜାର 648

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 8 ମଇ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 30 କୋଟି 22 ଲକ୍ଷ 75 ହଜାର 471 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 18,65,428 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ