Coronavirus: ଦେଶରେ 24 ଘଣ୍ଟାରେ ସମ୍ନାକୁ ଆସିଲା 3 ଲକ୍ଷ 62 ହଜାରରୁ ଅଧିକ ନୂଆ ମାମଲା, 4120 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଜୀବନ ନେଉଥିବା କରୋନା ଭାଇରସ ପୁଣି ଥରେ ନିଜର ପାଦ ପ୍ରସାରିତ କରିବାରେ ଲାଗିଅଛି । ଦେଶରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 3 ଲକ୍ଷ 62 ହଜାର 727 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 4 ହଜାର 120 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 3 ଲକ୍ଷ 52 ହଜାର 181 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 2 କୋଟି 37 ଲକ୍ଷ 03 ହଜାର 665କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 2 ଲକ୍ଷ 58 ହଜାର 317 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ ଏକ କୋଟି 97 ଲକ୍ଷ 34 ହଜାର 823 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା ବଢିକରି 37 ଲକ୍ଷ 10 ହଜାର 525 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 12 ମଇ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 30 କୋଟି 94 ଲକ୍ଷ 48 ହଜାର 585 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 18 ଲକ୍ଷ 64 ହଜାର 594 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ