Coronavirus: 24 ଘଣ୍ଟାରେ ସାମ୍ନାକୁ ଆସିଲା 2 ଲକ୍ଷ 59 ହଜାର କେସ, 4209 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: କରୋନା ସଂକ୍ରମିତର ଲହର ଭାରତରେ ଉତ୍ପାତ ମଚାଉ ଅଛି । ଏହି ସଂକ୍ରମଣରେ ପୀଡିତଙ୍କ ସଂଖ୍ୟା ଗତ କିଛି ଦିନ ହେବ ସାମାନ୍ୟ କମୁଥିବାର ଦେଖାଯାଉଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 2 ଲକ୍ଷ 59 ହଜାର 591 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 4 ହଜାର 209 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 3 ଲକ୍ଷ 57 ହଜାର 295 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 2 ଲକ୍ଷ 59 ହଜାର 591
ଏପର୍ଯ୍ୟନ୍ତ ମୋଟ ମାମଲା -2 କୋଟି 60 ଲକ୍ଷ 31 ହଜାର 991

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 3 ଲକ୍ଷ 57 ହଜାର 295
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -2 କୋଟି 27 ଲକ୍ଷ 12 ହଜାର 735

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 4 ହଜାର 209
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 2 ଲକ୍ଷ 91 ହଜାର 331

ମୋଟ ଆକ୍ଟିଭ କେସ- ତିରିଶି ଲକ୍ଷ 27 ହଜାର 925

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 20 ମଇ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 32 କୋଟି 44 ଲକ୍ଷ 17 ହଜାର 870 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 20,61,683 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ