ରାଜ୍ୟରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 11 ହଜାର କରୋନା କେସ, ମୋଟ କରୋନା କେସ ସଂଖ୍ୟା 703441

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ସଂକ୍ରମିତଙ୍କ ସଂଖ୍ୟା କେବେ ଦଶ ହଜାର ଉପରେ ତ କେବେ ଏଗାର ହଜାର ଉପରେ ରହୁଅଛି । ଏହି କ୍ରମରେ ଆଜି ଏଗାର ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା ରହିଅଛି । ରାଜ୍ୟରେ 24 ଘଣ୍ଟାରେ ଚି଼ହ୍ନଟ ହେଲେ 11 ହଜାର 059 କରୋନା ପଜିଟିଭ । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା 703441କୁ ବୃଦ୍ଧି ଘଟିଛି ।

ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 11059 ଜଣଙ୍କ ମଧ୍ୟରୁ 6193 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 4866 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 703441 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 111262ଟି ଆକ୍ଟିଭ କେସ୍ ରହିଅଛି ଏବଂ 589610 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ