ରାଜ୍ୟରେ ଚିହ୍ନଟ ହେଲେ 10939 କରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 714380

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଯଦିଓ କରୋନା ସଂକ୍ରମିତଙ୍କ ଗ୍ରାଫ ଏବେ ପ୍ରାୟ ଦଶ ହଜାର ଏବଂ ଏଗାର ହଜାର ଉପରେ ରହୁଅଛି ତଥାପି ଏହାକୁ କୁହାଯିବ ଯେ ଓଡ଼ିଶାର ପରିସ୍ଥିତି ନାଜୁକ ଅବସ୍ଥାରେ ଅଛି । ରାଜ୍ୟରେ 10 ହଜାର 939 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 714380କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 10939 ଜଣଙ୍କ ମଧ୍ୟରୁ 6178 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 4761 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 714380 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 110554ଟି ଆକ୍ଟିଭ କେସ୍ ରହିଅଛି ଏବଂ 601224 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ