ରାଜ୍ୟରେ କରୋନା ଗ୍ରାଫ ତଳକୁ ଖସିଲା, 24 ଘଣ୍ଟାରେ ଚି଼ହ୍ନଟ ହେଲେ 6 ହଜାର 736 କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାରେ ବ୍ରେକ ଲାଗିଥିବାର ଦେଖାଯାଉଅଛି । ଏହା ପ୍ରାୟ ଦଶ ହଜାର ଏବଂ ଏଗାର ହଜାର ଉପରେ ରହୁଥିଲା । ଏହା ଗତ 24 ଘଣ୍ଟାର ରିପୋର୍ଟ ମୁତାବକ ଛଅ ହଜାର ଉପରେ ରହିଅଛି । ରାଜ୍ୟରେ ପୂର୍ବ 24 ଘଣ୍ଟାରେ ଚି଼ହ୍ନଟ ହେଲେ 6 ହଜାର 736 କରୋନା ପଜିଟିଭ । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା 732739କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 6736 ଜଣଙ୍କ ମଧ୍ୟରୁ 3774 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 2962 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 732739 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 106440ଟି ଆକ୍ଟିଭ କେସ୍ ରହିଅଛି ଏବଂ 623628 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ