Coronavirus: 24 ଘଣ୍ଟାରେ ସାମ୍ନାକୁ ଆସିଲା 1 ଲକ୍ଷ 34 ହଜାର କେସ, 2887 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: କରୋନା ସଂକ୍ରମିତର ଲହର ଭାରତରେ ତାର କାୟା ବିସ୍ତାର କରିବାରେ ଲାଗି ଅଛି । ଯଦିଓ କିଛି ଦିନ ହେବ ସଂକ୍ରାମିତଙ୍କ ସଂଖ୍ୟା ତଳକୁ ଖସିଅଛି ତଥାପି ଏହାର ସଙ୍କଟ ଟଳିନାହିଁ । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 1 ଲକ୍ଷ 34 ହଜାର 154 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 2 ହଜାର 887କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 2 ଲକ୍ଷ 11 ହଜାର 499 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 1 ଲକ୍ଷ 34 ହଜାର 154
ଏପର୍ଯ୍ୟନ୍ତ ମୋଟ ମାମଲା -2 କୋଟି 84 ଲକ୍ଷ 41 ହଜାର 986

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 2 ଲକ୍ଷ 11 ହଜାର 499
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -2 କୋଟି 63 ଲକ୍ଷ 90 ହଜାର 584

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 2 ହଜାର 887
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 3 ଲକ୍ଷ 37 ହଜାର 989

ମୋଟ ଆକ୍ଟିଭ କେସ- ସତର ଲକ୍ଷ 13 ହଜାର 413

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 2 ଜୁନ୍ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 35 କୋଟି 37 ଲକ୍ଷ 82 ହଜାର 648 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 21,59,873 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ