24 ଘଣ୍ଟାରେ ଚି଼ହ୍ନଟ ହେଲେ 5 ହଜାର 235 କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ କମିବାକୁ ଲାଗି ଅଛି । ଏହା ପୂର୍ବ 24 ଘଣ୍ଟାର ରିପୋର୍ଟ ମୁତାବକ ପାଞ୍ଚ ହଜାର ଉପରେ ରହିଅଛି । ରାଜ୍ୟରେ ପୂର୍ବ 24 ଘଣ୍ଟାରେ ଚି଼ହ୍ନଟ ହେଲେ 5 ହଜାର 235 କରୋନା ପଜିଟିଭ । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା 842461କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 5235 ଜଣଙ୍କ ମଧ୍ୟରୁ 2957 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 2278 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 842461 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 66226ଟି ଆକ୍ଟିଭ କେସ୍ ରହିଅଛି ଏବଂ 772972 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ