ମୋଦି କ୍ୟାବିନେଟର ଅଦଳ ବଦଳ ପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ- କଣ ଏହାର ଅର୍ଥ ଏହା କି…

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କ୍ୟାବିନେଟରେ ଏକ ବଡ଼ ଧରଣର ପରିବର୍ତ୍ତନ ଏବଂ ସମ୍ପ୍ରସାରଣ କରିଛନ୍ତି । ସେ ମନ୍ତ୍ରୀ ପରିଷଦରେ 36 ଜଣ ନୂଆ ଚେହେରାକୁ ଦେଇଛନ୍ତି ଏବଂ ସାତଜଣ ମନ୍ତ୍ରୀଙ୍କୁ ପଦୋନ୍ନତି ଦେଇଛନ୍ତି । ଏଥି ସହ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ସୂଚନା ପ୍ରଯୁକ୍ତିବିଦ୍ୟା ତଥା ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ମୋଟ 12 ମନ୍ତ୍ରୀଙ୍କୁ ଛୁଟି କରାଯାଇଛି ।

ହର୍ଷ ବର୍ଦ୍ଧନଙ୍କ ଇସ୍ତଫା ପରେ ବିରୋଧୀ ଦଳ ଗୁଡିକ କଡାକଡି କରୁଛନ୍ତି । ଆଜି ଅଦଳ ବଦଳକୁ ନେଇକରି ଇସାରା-ଇସାରାରେ ରାହୁଲ ଗାନ୍ଧୀ #Change ସହ ଟ୍ୱିଟ୍ କରି କହିଛନ୍ତି, ” କଣ ଏହାର ଅର୍ଥ ଅଟେ କି ଏବେ ଟିକାର ଅଭାବ ହେବ ନାହିଁ ?” କହିବାକି କର୍ଣ୍ଣାଟକ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟ ଭ୍ୟାକସିନ ଅଭାବର ଅଭିଯୋଗ ଦେଇଛନ୍ତି ।

ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି ଯେ ଦେଶରେ ଟିକା ଯୋଗାଣର ସଠିକ୍ ତଥା ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବା ନୂତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟ ।

ହର୍ଷ ବର୍ଦ୍ଧନଙ୍କ ଜାଗାରେ ମନସୁଖ ମାଣ୍ଡଭିୟାଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ଗୁଜୁରାଟର ସୌରାଷ୍ଟ୍ରର ସମ୍ପୃକ୍ତ ବିଜେପି ନେତା ମାଣ୍ଡଭିୟା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।


ସେୟାର କରନ୍ତୁ