ଏହି ବର୍ଷ 63 ଥର ବଢ଼ିଲାଣି ପେଟ୍ରୋଲ-ଡ଼ିଜେଲ ଦାମ, ଏକ୍ସାଇଜ ଟ୍ୟାକ୍ସରୁ ସରକାରଙ୍କୁ ହୋଇଛି ଵମ୍ପର କମାଇ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ନିଆଁ ଲାଗିଛି । ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଦେଶର ଅନେକ ବଡ ସହରରେ ପେଟ୍ରୋଲର ମୂଲ୍ୟ ଶହେ ପାର ହୋଇଛି । ସୋମବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସମ୍ପର୍କରେ ସରକାର ସଂସଦରେ ଏପରି କିଛି ତଥ୍ୟ ଉପସ୍ଥାପନ କରିଛନ୍ତି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଜାଣିବାକୁ ଚାହିଁବେ କି 2021 ରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏପର୍ଯ୍ୟନ୍ତ କେତେ ଥର ବଢ଼ାଯାଇଛି ।

ଲୋକସଭାରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦେଇଥିବା ଲିଖିତ ଉତ୍ତର ଅନୁଯାୟୀ ଚଳିତ ବର୍ଷ ପେଟ୍ରୋଲର ମୂଲ୍ୟ 63 ଥର ବୃଦ୍ଧି ପାଇଥିବାବେଳେ ଏହାର ମୂଲ୍ୟ ମାତ୍ର 4 ଥର ହ୍ରାସ କରାଯାଇଛି । ଜାନୁଆରୀ 1 ରୁ ଜୁଲାଇ 9 ପର୍ଯ୍ୟନ୍ତ ସରକାର ଏହି ଆକଳନ ଉପସ୍ଥାପନ କରିଛନ୍ତି । ଯେପରି ଆମେ ଜାଣୁ ଯେ ବର୍ତ୍ତମାନ ତୈଳ କମ୍ପାନୀଗୁଡ଼ିକ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରନ୍ତି । ଯଦି ଆମେ ପେଟ୍ରୋଲ ବିଷୟରେ କହିବା, ତେବେ 123 ଦିନ ଏମିତି ଅଛି ଯେଉଁ ଦିନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ସେହିଭଳି 61 ଦିନ ଏମିତି ରହିଛି ଯେଉଁ ଦିନରେ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଇଥିଲା, ମାତ୍ର 4 ଦିନ ଥିଲା ଯେବେ କି ଏହାର ମୂଲ୍ୟ ହ୍ରାସ ହୋଇଥିଲା । 125 ଦିନ ଏମିତି ଥିଲା ଯେତେବେଳେ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ଯଦି ଆମେ ଗତ ତିନିବର୍ଷ ବିଷୟରେ ଆଲୋଚନା କରିବା, ତେବେ 2018-19 ମଧ୍ୟରେ ପେଟ୍ରୋଲର ମୂଲ୍ୟ 148 ଥର, 2019-20 ରେ 89 ଥର ଏବଂ 2020-21 ରେ 76 ଥର ବୃଦ୍ଧି କରାଯାଇଛି । ସେହିଭଳି ଡିଜେଲର ଦାମ 2018-19 ରେ ଡିଜେଲ ମୂଲ୍ୟ 140 ଥର, 2019-20 ରେ 79 ଥର ଏବଂ 2020-21 ମଧ୍ୟରେ 73 ଥର ବୃଦ୍ଧି କରାଯାଇଛି ।


ସେୟାର କରନ୍ତୁ