ମୌନି ରାୟଙ୍କ ରୋମାଣ୍ଟିକ ଗୀତ ‘ବୈଠେ ବୈଠେ’ ହେଲା ରିଲିଜ, ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଟିଭି ଦୁନିଆରୁ ବଲିଉଡରେ ପାଦ ଦେଇଥିବା ମୌନି ରାୟ (Mouni Roy) ନିଜର କାମରେ ଲୋକଙ୍କ ହୃଦୟ ଜିତିବା ପାଇଁ କୌଣସି ପଥ ଛାଡି ନାହାଁନ୍ତି । ଫିଲ୍ମ ସହିତ ତାଙ୍କ ମ୍ୟୁଜିକ୍ ଭିଡିଓଗୁଡିକ ମଧ୍ୟ ଖୁବ ଧମାଲ ମଚାଉ ଅଛି । ଏବେ ପୁଣି ମୌନି ରାୟଙ୍କର ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଛି, ଯାହାର ନାମ ହେଉଛି ‘ବୈଠେ ବୈଠେ’ । ମୌନି ରାୟଙ୍କ ସହ ଅଭିନେତା ଅଙ୍ଗଦ ବେଦୀ ମଧ୍ୟ ଏହି ଗୀତରେ ଅଭିନୟ କରିଛନ୍ତି । ମୌନି ରାୟଙ୍କ ଏହି ଭିଡିଓ ଗୀତ ରିଲିଜ ହେବା ସହିତ ୟୁଟ୍ୟୁବରେ ଖୁବ ଧମାଲ ମଚାଉ ଅଛି ।

ମୌନି ରାୟ (Mouni Roy) ଏବଂ ଅଙ୍ଗଦ ବେଦୀଙ୍କ ଲେଟେଷ୍ଟ ଗୀତ ‘ବୈଠେ ବୈଠେ’ ବର୍ତ୍ତମାନ ୟୁଟ୍ୟୁବରେ 10 ନମ୍ବରରେ ଟ୍ରେଣ୍ଡ କରୁଛି । ଏହି ମ୍ୟୁଜିକ୍ ଭିଡିଓର ଲୋକପ୍ରିୟତାକୁ ଏହି କଥାରୁ ଆକଳନ କରାଯାଏ ଯେ ଏ ପର୍ଯ୍ୟନ୍ତ 66 ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି । ଏହି ଗୀତ ତିନି ଦିନ ପୂର୍ବେ ଜି ମ୍ୟୁଜିକ୍ କମ୍ପାନୀର ବ୍ୟାନରରେ ରିଲିଜ ହୋଇଅଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ଏହି ଗୀତ ପୂର୍ବରୁ ମୌନି ରାୟଙ୍କ ଗୀତ ‘ପତଲି କମରିୟା’ ରିଲିଜ ହୋଇଥିଲା । ରିଲିଜ୍ ହେବା ପରଠାରୁ ତାଙ୍କର ଏହି ଗୀତ ସୋସିଆଲ ମିଡିଆରେ ଛାଇ ଯାଇଥିଲା । ମୌନି ରାୟଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଏହି ଫିଲ୍ମରେ ମୌନି ରାୟ ଅଭିନେତ୍ରୀ ଆଲିଆ ଭଟ୍ଟ, ରଣବୀର କପୁର ଏବଂ ଅମିତାଭ ବଚ୍ଚନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ମୌନି ରାୟଙ୍କୁ ଶେଷ ଥର ପାଇଁ ଲଣ୍ଡନ କନଫିଡେସିୟଲରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ତାଙ୍କର ପ୍ରଦର୍ଶନକୁ ଖୁବ ପସନ୍ଦ କରାଯାଇଥିଲା ।


ସେୟାର କରନ୍ତୁ