ରାଜ୍ୟରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 1342 ନୂଆ ପଜିଟିଭ କେସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ସଂଖ୍ୟାର କଥା କହିବା ତ ରାଜ୍ୟରେ କରୋନା ସଂକ୍ରମିତଙ୍କ କେସ କମିବାରେ ଲାଗିଅଛି । ଏହି ସଂଖ୍ୟା କିଛି ଦିନ ହେବ ପ୍ରାୟତଃ ଦୁଇ ହଜାର ତଳକୁ ରହୁଅଛି । ଆଜି 13 ଶହରୁ ଅଧିକ ନୂଆ ପଜିଟିଭ କେସ ସାମ୍ନାକୁ ଆସିଅଛି । ରାଜ୍ୟରେ 24 ଘଣ୍ଟାରେ 1 ହଜାର 342 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 83 ହଜାର 523କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1342 ଜଣଙ୍କ ମଧ୍ୟରୁ 775 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 567 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 983523 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 13516ଟି ଆକ୍ଟିଭ କେସ୍ ରହିଅଛି ଏବଂ 963718 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ