ନୀରଜ ଚୋପ୍ରା ଜିତିଲେ ସ୍ୱର୍ଣ୍ଣ, ଅକ୍ଷୟ-ଲତା ମଙ୍ଗେଶକରଙ୍କ ସମେତ ଅନେକ ସେଲିବ୍ରେଟ ଜଣାଇଲେ ଅଭିନନ୍ଦନ

ଖେଳ ସିନେମା
ସେୟାର କରନ୍ତୁ

ମୁମ୍ବାଇ : 23 ବର୍ଷୀୟ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଟୋକିଓ ଅଲିମ୍ପିକ୍ସ 2020 ରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ଏବଂ ସପ୍ତମ ପଦକ । ନୀରଜ ସ୍ୱର୍ଣ୍ଣ ପଦକ ଜିତିବା ମାତ୍ରେ ସୋସିଆଲ ମିଡିଆରେ କମେଣ୍ଟର ବନ୍ୟା ଆସିଯାଇଛି । ସେଲିବ୍ରେଟମାନେ ମଧ୍ୟ ନୀରଜ ସ୍ୱର୍ଣ୍ଣ ଜିତିବା ଉପରେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଖୁସି ବ୍ୟକ୍ତ କରୁଛନ୍ତି । ଆସନ୍ତୁ ଜାଣିବା କିଏ କ’ଣ ଲେଖିଛି?

ଅକ୍ଷୟ କୁମାର: ଅକ୍ଷୟ ଟ୍ୱିଟରରେ ଲେଖିଛନ୍ତି, ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବାରୁ ନୀରଜ ଚୋପ୍ରାଙ୍କୁ ଅନେକ ଅଭିନନ୍ଦନ । କୋଟି କୋଟି ଲୋକଙ୍କ ପାଇଁ ଆନନ୍ଦର ଲୁହ ପାଇଁ ଦାୟୀ ତୁମେ । ବହୁତ ବଢିଆ।

ଚିତ୍ରାଙ୍ଗଦା ସିଂହ : ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ଆଥଲେଟିକ୍ସ ଇତିହାସରେ ଭାରତ ପାଇଁ ସ୍ମରଣୀୟ ଦିନ । ଚାମ୍ପିଅନ୍, ଆମ ମୁଣ୍ଡକୁ ଆପଣ ଗର୍ବରେ ଉଚ୍ଚ କରିଛନ୍ତି ।

ରଣଦୀପ ହୁଡା: ରଣଦୀପ ହୁଡା ହରିୟାନଭିରେ ଲେଖିଛନ୍ତି, ଖୈଞ୍ଚ ରାଖିଆ ସୌ ମିଟର, ସବୁଠାରୁ ଶ୍ରେଷ୍ଠ ରଙ୍ଗର ପଦକ ପାଇଛନ୍ତି ।

ଲତା ମଙ୍ଗେଶକର: ନମସ୍କାର । ଏକ ନୂଆ ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କ ପାଇଁ ସମଗ୍ର ଭାରତ ଗର୍ବିତ । ମୁଁ ଦେଶର ଗର୍ବ ନୀରଜଙ୍କୁ ଅଭିନନ୍ଦନ ଜଣାଉଛି ।


ସେୟାର କରନ୍ତୁ