କମିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା, ରାଜ୍ୟରେ ଚିହ୍ନଟ ହେଲେ 1041 କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାରେ ଲାଗିଅଛି । ସଂଖ୍ୟାର କଥା କହିବା ତ ପୂର୍ବ କିଛି ଦିନ ହେବ ଏହି ସଂଖ୍ୟା ଦୁଇ ହଜାର ତଳେ ରହୁଥିଲା, କିନ୍ତୁ ଗତକାଲି ଏହି ସଂଖ୍ୟାରେ ପରିବର୍ତ୍ତନ ହୋଇ ହଜାରେ ତଳକୁ ରହିଥିଲା । ଆଜି ଏହି ସଂଖ୍ୟା ପୁଣି ହଜାରେ ଉପରେ ରହିଅଛି । ରାଜ୍ୟରେ 24 ଘଣ୍ଟାରେ 1 ଶହ 041 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 88 ହଜାର 997କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1041 ଜଣଙ୍କ ମଧ୍ୟରୁ 605 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 436 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 988997 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 10988ଟି ଆକ୍ଟିଭ କେସ୍ ରହିଅଛି ଏବଂ 971391 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ