କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ପରଲୋକ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 43 ବର୍ଷ ହୋଇଥିଲା । ଆଜି ସକାଳେ ସଂଗ୍ରାମ ଜେନାଙ୍କ ପରଲୋକ ଘଟିଥିବା ନେଇ ତାଙ୍କ ସାନଭାଇ ମନୋଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କଟକ ଜିଲ୍ଲା କଂଗ୍ରେସର ପ୍ରଭାରୀ ଦାୟିତ୍ବ ତୁଲାଉଥିଲେ । ସଂଗ୍ରାମ ଜେନାଙ୍କ ଦେହାନ୍ତ ଖବର ମିଳିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ସଂଗ୍ରାମ ଜେନା କୋଭିଡ୍ ରୁ ସୁସ୍ଥ ହେବା ପରେ 2 ମାସ ହେବ ହ୍ରାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋଭିଡ୍ ରୁ ସୁସ୍ଥ ହେବା ପରେ ଫୁସଫୁସ ସଂକ୍ରମିତ ହୋଇଥିଲା । ସଂଗ୍ରାମ ଜେନା 2014 ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ।


ସେୟାର କରନ୍ତୁ