KGF Chapter 2 ରିଲିଜ ଡେଟ ଆସିଲା ସାମ୍ନାକୁ, ଏହି ଦିନ ସିନେମା ଘରକୁ ଆସିବ ୟଶ-ସଞ୍ଜୟ ଦତ୍ତଙ୍କ ଷ୍ଟାରର ଫିଲ୍ମ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କରୋନା ମହାମାରୀ ହେତୁ ଫିଲ୍ମ ‘କେଜିଏଫ୍ 2’ର ରିଲିଜ୍ ତାରିଖ କ୍ରମାଗତ ଭାବରେ ସ୍ଥଗିତ ରଖାଯାଇଥିଲା । ଫିଲ୍ମ ନିର୍ମାତା ଏହାର ଠିକ୍ ସମୟକୁ ଅପେକ୍ଷା କରିଥିଲେ । ବହୁତ ସମୟ ପରେ ଅପେକ୍ଷା ଶେଷ ହୋଇ ଯାଇଛି । ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍ 2’ର ରିଲିଜ୍ ତାରିଖ ସମସ୍ତଙ୍କ ସାମ୍ନାକୁ ଆସିଛି । କନ୍ନଡ ସୁପରଷ୍ଟାର ୟଶ ନିଜେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ରିଲିଜ୍ ତାରିଖ ଆସିବା ପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମ ପ୍ରତି ଆଗ୍ରହ ବଢିଅଛି ।

ୟଶ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ପ୍ରଶଂସକଙ୍କ ସହ ଫିଲ୍ମର ନୂଆ ପୋଷ୍ଟର ଏବଂ ରିଲିଜ ତାରିଖ ସେୟାର କରିଛନ୍ତି । ୟଶ ନିଜର ପୋଷ୍ଟରେ ଲେଖିଛନ୍ତି, – ‘ଆଜିର ଅନିଶ୍ଚିତତା କେବଳ ଆମର ସଂକଳ୍ପରେ ବିଳମ୍ବ କରିବ, କିନ୍ତୁ ଯେମିତି କୁହାଯାଇଥିଲା ସେମିତି ଅନୁଯାୟୀ ହେବ । ଆମେ ଏପ୍ରିଲ୍ 14, 2022 ରେ ପ୍ରେକ୍ଷାଳୟକୁ ଆସିବୁ ।’ ୟଶଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହୋଇଛି ।

ଏହା ବ୍ୟତୀତ ତରନ ଆଦର୍ଶ ମଧ୍ୟ ଟ୍ୱିଟ୍ କରିଛନ୍ତି ଯେ ଫିଲ୍ମ 14 ଏପ୍ରିଲ 2022 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ପୋଷ୍ଟ ଦେଖନ୍ତୁ-

ଏହି ଫିଲ୍ମରେ ଅଧିରା, ମୁଖ୍ୟ ଭୂମିକାରେ ନଜର ଆସିଥିବା ସଞ୍ଜୟ ଦତ୍ତ ମଧ୍ୟ ଫିଲ୍ମର ପୋଷ୍ଟ ସେୟାର କରିଛନ୍ତି ଏବଂ ରିଲିଜ୍ ତାରିଖ ବିଷୟରେ ନିଜର ଫଲୋଅର୍ଶମାନଙ୍କୁ ସୂଚନା ଦେଇଛନ୍ତି ।

କହିବାକି, ‘କେଜିଏଫ୍ 2’ର ଟ୍ରେଲର ରିଲିଜ୍ ହେବାର ବହୁତ ସମୟ ଅତିବାହିତ ହୋଇଯାଇଛି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ କନ୍ନଡ ତାରକା ୟଶଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହାର ପ୍ରଥମ ଭାଗ ମଧ୍ୟ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ବାହୁବଳୀ ପରି କେଜିଏଫ୍ ଚ୍ୟାପ୍ଟର 1କୁ ମଧ୍ୟ ପ୍ରଶଂସକମାନେ ବହୁତ ଭଲ ପାଇଥିଲେ ଏବଂ ସାରା ଦେଶରେ ଫିଲ୍ମ ବିଷୟରେ ଆଲୋଚନା ହୋଇଥିଲା । ବର୍ତ୍ତମାନ କେଜିଏଫ୍ ଚ୍ୟାପ୍ଟର 2 ଫିଲ୍ମ ମଧ୍ୟ 5 ଟି ଭାଷାରେ ପ୍ୟାନ୍ ଇଣ୍ଡିଆରେ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ