Coronavirus: ଦେଶରେ ପୁଣି 40 ହଜାରରୁ ଅଧିକ ଆସିଲା କରୋନା ମାମଲା, 24 ଘଣ୍ଟାରେ 460 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ଗୋଟିଏ ଦିନରେ 40 ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସି ଅଛି । ଗୋଟିଏ ଦିନ ପୂର୍ବରୁ ଭାରତରେ 30,941 କରୋନା ମାମଲା ଦର୍ଜ କରାଯାଇଥିଲା । ଦେଶରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 41 ହଜାର 965 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 460 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 33 ହଜାର 964 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ଏହା ପୂର୍ବରୁ ଦେଶରେ ଲଗାତାର ପାଞ୍ଚ ଦିନ 40 ହଜାରରୁ ଅଧିକ କରୋନା ମାମଲା ପଞ୍ଜିକୃତ ହୋଇଥିଲା । ବୁଧବାର ଦିନ 46164, ଗୁରୁବାର ଦିନ 44658, ଶୁକ୍ରବାରରେ 46759, ଶନିବାର ଦିନ 45083 ଏବଂ ସୋମବାର 42909 କରୋନା ମାମଲା ଆସି ଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 3 କୋଟି 28 ଲକ୍ଷ 10 ହଜାର 845କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 4 ଲକ୍ଷ 39 ହଜାର 020 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 3 କୋଟି 19 ଲକ୍ଷ 93 ହଜାର 644 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା ବଢିକରି 3 ଲକ୍ଷ 78 ହଜାର 181 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 31 ଅଗଷ୍ଟ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 52 କୋଟି 31 ଲକ୍ଷ 84 ହଜାର 293 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 16 ଲକ୍ଷ 06 ହଜାର 785 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ