Manish Narwal Wins Gold : ଶନିବାର ଟୋକିଓ ପାରାଲିମ୍ପିକ୍ସରେ ଭାରତ ଚମତ୍କାର ପ୍ରଦର୍ଶନ କରିଅଛି । ଭାରତର ମନୀଷ ନରୱାଲ 50 ମିକ୍ସଡ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ପାରାଲିମ୍ପିକ୍ସରେ ଏହା ଦେଶର ତୃତୀୟ ସ୍ୱର୍ଣ୍ଣ ପଦକ । ଏହାପୂର୍ବରୁ ଅବନୀ ଲେଖରା ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ବ୍ୟତୀତ ସିଂହରାଜ ଅଧାନା 50 ମିଟର ମିକ୍ସଡ ସୁଟିଂରେ ରୁପା ପଦକ ଜିତିଛନ୍ତି । ଶନିବାର ବ୍ୟାଡମିଣ୍ଟନରେ ଭାରତ ଦୁଇଟି ରୁପା ପଦକ ହାସଲ କରିସାରିଛି ।
