ଜସପ୍ରୀତ ବୁମରାହ କପିଲ ଦେବଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ, ସବୁଠାରୁ ଶୀଘ୍ର କଲେ ଏହି କାର୍ଯ୍ୟ

ଖେଳ
ସେୟାର କରନ୍ତୁ

England vs India, 4th Test: ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଟେଷ୍ଟ କ୍ରିକେଟରେ 100 ୱିକେଟ୍ ପୂରଣ କରିଛନ୍ତି । ବୁମରାହ ନିଜେ 24 ତମ ଟେଷ୍ଟରେ 100 ୱିକେଟ୍ ନେଇ କମାଲ କରିଛନ୍ତି । ଚତୁର୍ଥ ଟେଷ୍ଟ ମ୍ୟାଚର ଶେଷ ଦିନରେ ବୁମରାହ ଓଲି ପୋପଙ୍କୁ ବୋଲ୍ଡ କରିବା ମାତ୍ରେ ସେ ନିଜ ଟେଷ୍ଟ କ୍ୟାରିୟରରେ 100 ୱିକେଟ୍ ପୂରଣ କରିଛନ୍ତି । 100 ଟେଷ୍ଟ ୱିକେଟ୍ ପାଇବା ସହିତ ବୁମରାହ ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ । ଟେଷ୍ଟ କ୍ରିକେଟ୍ ଇତିହାସରେ ଭାରତ ପାଇଁ 100 ୱିକେଟ୍ ନେଇ ବୁମରାହ ଦ୍ରୁତତମ ଭାରତୀୟ ଦ୍ରୁତ ବୋଲର ହୋଇପାରିଛନ୍ତି । ବୁମରାହ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । କପିଲ ଦେବ 25 ଟି ଟେଷ୍ଟରେ 100 ୱିକେଟ୍ ନେଇଥିଲେ । କପିଲଙ୍କ ପରେ ଇରଫାନ୍ ପଠାନ୍ 28 ଟି ଟେଷ୍ଟରେ ଏହି କୀର୍ତ୍ତିମାନ କରିଥିଲେ । ମହମ୍ମଦ ଶାମି 29 ଟି ଟେଷ୍ଟରେ 100 ଟେଷ୍ଟ ୱିକେଟ୍ ହାସଲ କରିବାର ରେକର୍ଡ ରଖିଛନ୍ତି ।

30 ଟି ଟେଷ୍ଟରେ ଜାଭାଗଲ ଶ୍ରୀନଥ 100 ୱିକେଟ୍ ନେଇଥିଲେ । ବୁମରାହ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ୱିକେଟ୍ ବୋଲ୍ଡ ଭାବରେ ପାଇଥିବାବେଳେ 100 ତମ ୱିକେଟ୍ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ କ୍ଲିନ ବୋଲ୍ଡ କରି ହାସଲ କରିଛନ୍ତି ।


ସେୟାର କରନ୍ତୁ