ଅମିତାଭ ବଚ୍ଚନଙ୍କ ଗୀତରେ ଭୋଜପୁରୀ ଷ୍ଟାର ରିତେଶ ପାଣ୍ଡେଙ୍କ ରିମେକ ଭାଇରଲ, ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

New Bhojpuri Song Khaike Pan Banaras Wala: ଭୋଜପୁରୀ ଅଭିନେତା ତଥା ଗାୟକ ରିତେଶ ପାଣ୍ଡେ ସବୁବେଳେ ନିଜ ଗୀତ ପାଇଁ ୟୁଟ୍ୟୁବରେ ଛାଇ ରହିଥାନ୍ତି । ନିକଟରେ ତାଙ୍କର ଆଉ ଏକ ଧମାକାଦାର ଗୀତ ‘ଖଇକେ ପାନ ବନାରସ ୱାଲା’ ରିଲିଜ ହୋଇଛି, ଯାହା ଫ୍ୟାନ୍ସକୁ ଖୁବ ପସନ୍ଦ ଆସୁଛି । ରିତେଶ ପାଣ୍ଡେଙ୍କ ଏହି ନୂଆ ଗୀତ ୟୁଟ୍ୟୁବରେ ଟ୍ରେଡିଂ ଲିଷ୍ଟରେ ସାମିଲ ଅଛି ।

ରିତେଶ ପାଣ୍ଡେଙ୍କର ଏହି ଗୀତ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ‘ଖଇକେ ପାନ ବନାରସ ୱାଲା’ ଭୋଜପୁରୀ ରିମେକ ଅଟେ । ଗୀତରେ ରିତେଶ ପାଣ୍ଡେଙ୍କ ସହିତ ଶ୍ଵେତା ମହାରାଙ୍କ କେମେଷ୍ଟ୍ରି ପ୍ରଶଂସକମାନଙ୍କୁ ଖୁବ ପସନ୍ଦ ଆସୁଛି ।

‘ଖଇକେ ପାନ ବନାରସ ୱାଲା’କୁ ଭୋଜପୁରୀ ଷ୍ଟାର ରିତେଶ ପାଣ୍ଡେ ନିଜେ ସ୍ୱର ଦେଇଛନ୍ତି । ଗୀତର ଲିରିକ୍ସ ଜିଡି ବହାଦୁର ଲେଖିଛନ୍ତି । ଗୀତର ନିର୍ଦେସନ ସଞ୍ଜୁ ଗୁଞ୍ଜନଙ୍କର ଟିମ କରିଛନ୍ତି । ଗୀତର ମ୍ୟୁଜିକ ଆଶିଷ ବର୍ମାଙ୍କର ଅଟେ ।

ଏଠାରେ ଦେଖନ୍ତୁ ଭିଡ଼ିଓ….

କହିବାକି ଭୋଜପୁରୀ ଗୀତ ‘ଖଇକେ ପାନ ବନାରସ ୱାଲା’ 8 ସେପ୍ଟେମ୍ବରରେ ରିଲିଜ ହୋଇଅଛି । ଏହି ଗୀତକୁ ଏପର୍ଯ୍ୟନ୍ତ 3,662,151 ଭିୟୁଜ ମିଳିସାରିଛି । ‘ଖଇକେ ପାନ ବନାରସ ବାଲା’ରେ ରିତେଶ ପାଣ୍ଡେଙ୍କ ଦମଦାର ଅନ୍ଦାଜ ଏବଂ ଶ୍ଵେତା ମହାରାଙ୍କ ହୃଦୟ ଖୋଲା ଡ୍ୟାନ୍ସ ପ୍ରଶଂସକମାନଙ୍କ ଦିଲ ଜିତି ନେଇଅଛି ।


ସେୟାର କରନ୍ତୁ