‘ଶିଦ୍ଦତ’ର ନୂଆ ଗୀତ ବରବାଦିୟା ହେଲା ରିଲିଜ, ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

Barbaadiyan Song Release: ବଲିଉଡ ଅଭିନେତ୍ରୀ ରାଧିକା ମଦନ ଏବଂ ଅଭିନେତା ସନି କୌଶଲଙ୍କ ଫିଲ୍ମ ‘ଶିଦ୍ଦତ’ (Shiddat)ର ଆଉ ଏକ ଗୀତ ‘ବରବାଦିୟା’ (Barbaadiyan) ମୁକ୍ତିଲାଭ କରିଛି । ଏହି ଗୀତରେ ରାଧିକା ମଦନ ଏବଂ ସନି କୌଶଲଙ୍କ କେମେଷ୍ଟ୍ରି ଦେଖିବାକୁ ଭଲ ଲାଗୁଛି । ଫିଲ୍ମର ଏହି ଗୀତ ଆଜି ରିଲିଜ ହୋଇଛି ଏବଂ ଏହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

‘ବରବାଦିୟା’ ହେଉଛି ଏକ ପାର୍ଟି ଗୀତ, ସଚିନ୍ ଜିଗରଙ୍କ ଦ୍ୱାରା କମ୍ପୋଜ କରାଯାଇଛି । ଏଥି ସହ ସଚେତ ଟଣ୍ଡନ୍, ନିକିତା ଗାନ୍ଧୀ, ମଧୁବନତି ବାଗଚି ନିଜର ସ୍ୱର ଦେଇଛନ୍ତି । ଏହି ଗୀତକୁ ପ୍ରିୟା ସାରୟା ଲେଖିଛନ୍ତି । ଏହି ଗୀତକୁ ଏପର୍ଯ୍ୟନ୍ତ 3 ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । ଏହି ଗୀତ ଟି-ସିରିଜର ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି, ଯାହାକୁ ବହୁତ ପସନ୍ଦ କରାଯାଉଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ..

ଏହାପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଫିଲ୍ମ ‘ଶିଦ୍ଦତ’ର ଟ୍ରେଲର ବହୁତ ଆକର୍ଷଣୀୟ ଅଟେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କୁନାଲ ଦେଶମୁଖ । ଏହି ଫିଲ୍ମଟି ଅକ୍ଟୋବର 1 ରେ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ରାଧିକା କୃତିକା ଭୂମିକାରେ ଅଛନ୍ତି ଏବଂ ସନି କୌଶଲ ଜଗି ଭୂମିକାରେ ଅଛନ୍ତି ।


ସେୟାର କରନ୍ତୁ