ରାଜ୍ୟରେ 24 ଘଣ୍ଟାରେ ଚିହ୍ନଟ ହେଲେ 582 ନୂଆ କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ରହିଥିଲେ ମଧ୍ୟ ଏହା ତଳ ଉପର ହେଉଥିବା ଦେଖିବାକୁ ମିଳୁ ଅଛି । ସଂଖ୍ୟାର କଥା କହିବା ତ ରାଜ୍ୟରେ ପୂର୍ବ 24 ଘଣ୍ଟାରେ 5 ଶହ 82 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 29 ହଜାର 994କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 582 ଜଣଙ୍କ ମଧ୍ୟରୁ 337 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 245 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ସେହିପରି ଏହା ଭିତରେ ମଧ୍ୟ 0ରୁ 18 ବର୍ଷ ବୟସର ପିଲା 24 ଘଣ୍ଟାରେ 83 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 1029994 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 5113ଟି ଆକ୍ଟିଭ କେସ୍ ରହିଅଛି ଏବଂ 1016594 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ