ସଲମାନ ଖାନ ଏବଂ ଆୟୁଷ ଶର୍ମାଙ୍କ ଆକ୍ସନ୍ ପ୍ୟାକ୍ ଫିଲ୍ମ ‘ଅନ୍ତିମ୍: ଫାଇନାଲ୍ ତ୍ରୁଥ୍’ ରିଲିଜ୍ ଡେଟ ଫିକ୍ସ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଆୟୁଷ ଶର୍ମାଙ୍କ ଆକ୍ସନ୍ ପ୍ୟାକ୍ ଫିଲ୍ମ ‘ଅନ୍ତିମ୍: ଫାଇନାଲ୍ ତ୍ରୁଥ୍’ (Antim: The Final Truth)ର ସୁଟିଂ ଶେଷ ହୋଇସାରିଛି । ସେହି ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଛି । ସଲମାନଙ୍କ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଏହି ଫିଲ୍ମର ରିଲିଜ୍ ତାରିଖକୁ ଅପେକ୍ଷା କରିଥିଲେ । ପ୍ରଶଂସକଙ୍କ ଅପେକ୍ଷା ସମାପ୍ତ ହୋଇଛି । ସଲମାନ ଖାନ ମଙ୍ଗଳବାର ଏହି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି ।

ସଲମାନ ଭିଡିଓ ସହିତ ଏକ ଟୁଇଟରେ ଲେଖିଛନ୍ତି ଯେ, ‘ ଅନ୍ତିମ୍ 26.11.2021 ରେ ସାରା ବିଶ୍ୱରେ ସିନେମା ଘରଗୁଡ଼ିକରେ ରିଲିଜ ହେବ । ZEE ଏବଂ Punit Goenka ସହିତ ଆମର ଏକ ସାନଦାର ଏସୋସିଏସନ ଅଛି । ବର୍ଷ ବର୍ଷ ଧରି ଆମେ ଅନେକ ଫିଲ୍ମ କରିଛୁ – ରେସ୍ 3, ଲଭଯାତ୍ରୀ, ଭାରତ, D3, ରାଧେ ଏବଂ ବର୍ତ୍ତମାନ ତାଙ୍କ ସହ ଅନ୍ତିମ୍ କରିଛୁ । ମୋତେ ଭରସା ଅଛି କି ସେ ଆଗାମୀ ବର୍ଷମାନଙ୍କରେ ଜୀକୁ ଅଧିକ ଉଚ୍ଚତାକୁ ନେଇଯିବେ ।

ଟ୍ୱିଟ୍ ହୋଇଥିବା ଭିଡିଓରେ ସଲମାନ ଖାନ ଜଣେ ଶିଖଙ୍କ ଅବତାରରେ ନଜର ଆସିଛନ୍ତି, ଯିଏ ଆୟୁଷ ଶର୍ମାଙ୍କ ରକ୍ତରେ ଭିଜୁଥିବା ଆଖିକୁ କ୍ରୋଧରେ ଦେଖନ୍ତି, ଅନ୍ୟପଟେ ଆୟୁଷ ମଧ୍ୟ ସଲମାନଙ୍କ ଆଖିରେ ଛପା ଯାଇଥିବାର ନଜର ଆସିଛନ୍ତି । ଟିଜର ଦେଖି ଅନୁମାନ କରାଯାଇପାରେ ଯେ ଫିଲ୍ମରେ ସଲମାନ ଏବଂ ଆୟୁଷଙ୍କ ମଧ୍ୟରେ ଜବରଦସ୍ତ ଆକ୍ସନ୍ କ୍ରମ ଦେଖିବାକୁ ମିଳିବ ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ମହେଶ ମଞ୍ଜରେକର । ସାଇ ମଞ୍ଜରେକର ଏବଂ ପ୍ରଜ୍ଞା ଜୈୟସୱାଲ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଆୟୁଷ ଶର୍ମା ଦେଖିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ୍ ଦୃଶ୍ୟ ଅଛି । ଗତ ବର୍ଷ ଡିସେମ୍ବରରେ ସଲମାନ ଖାନ ଏହି ଫିଲ୍ମର ଟିଜରକୁ ନିଜ ଇନଷ୍ଟାଗ୍ରାମ ପେଜରୁ ସେୟାର କରିଥିଲେ । ସଲମାନଙ୍କ ସହ ଆୟୁଷ ଶର୍ମା ମଧ୍ୟ ଏହି ଟିଜରରେ ନଜର ଆସିଥିଲେ । ଏଥିରେ ସଲମାନ ଖାନ ସର୍ଦ୍ଦାରଙ୍କ ଗେଟଅପ୍ ଥିବାବେଳେ ଅନ୍ୟପଟେ ଆୟୁଷଙ୍କ ପରିବର୍ତ୍ତନ ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ଆୟୁଷ ଏହି ଫିଲ୍ମ ପାଇଁ ଏକ ଚମତ୍କାର ଶରୀର ତିଆରି କରିଛନ୍ତି, ଯାହାକୁ ଦେଖିବା ଦ୍ୱାରା ଆପଣଙ୍କୁ ବିଶ୍ୱାସ କରିବା କଷ୍ଟକର ହେବ ।


ସେୟାର କରନ୍ତୁ