ରାଣା ଦଗଗୁବତୀ ଆଗାମୀ ଫିଲ୍ମ ପାଇଁ ମିଲିନ୍ଦ ରାଓଙ୍କ ସହ ମିଶାଇଲେ ହାତ, ଅଧିକ ଜାଣିବା ପାଇଁ ପଢନ୍ତୁ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ‘ବାହୁବଳୀ’ ଫେମ ରାଣା ଦଗଗୁବତୀ ନିଜର ପରବର୍ତ୍ତୀ ଫିଲ୍ମରେ ମିଲିନ୍ଦ ରାଓଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ‘ଓବଲ୍’, ‘ନେତ୍ରିକନ୍’ ସହିତ ଖ୍ୟାତି ଅର୍ଜନ କରିଥିବା ରାଓ, ରାଣା ଦଗଗୁବତୀଙ୍କ ପାଇଁ ଏକ ସୁପର ନେଏଚୟୁରାଲ ଥ୍ରୀଲର ସୃଷ୍ଟି କରିଛନ୍ତି । ଏହି ଫିଲ୍ମ 2022 ରେ ଫ୍ଲୋରରେ ଯିବ ।

ପ୍ରଡକ୍ସନ୍ ହାଉସ୍ ଦଶହରା ଅବସରରେ ବିଶ୍ୱାନ୍ତି ପିକ୍ଚର୍ସ ଟ୍ୱିଟରରେ ଫିଲ୍ମ ଘୋଷଣା କରିଅଛି । ଏଥିସହିତ ଏହି ଫିଲ୍ମଟି ଅନେକ ଭାଷାରେ ମୁକ୍ତିଲାଭ କରିବ । ନିର୍ମାତା ଟୁଇଟ୍ କରି କହିଛନ୍ତି, ‘ଆମର ହ୍ୟାସଟ୍ୟାଗ୍ ଭଲାଲଦେବ, ରାଣା ଦଗଗୁବତୀ ମିଲିନ୍ଦ ରାଓଙ୍କ ନୂଆ ଫିଲ୍ମରେ ନଜର ଆସିବେ ।’

ଏହି ଚଳଚ୍ଚିତ୍ର ପୂର୍ବରୁ ରାଣା ‘ବିରାଟ ପର୍ବମ୍’ରେ ସାଇ ପାଲ୍ଲାବିଙ୍କ ସହ ନଜର ଆସିବେ, ଯାହା ଖୁବ ଶୀଘ୍ର ମୁକ୍ତିଲାଭ କରିବ । ଏହି ଫିଲ୍ମ ପୂର୍ବରୁ ଏପ୍ରିଲରେ ପରଦାରେ ଆସିବାର ଥିଲା, କିନ୍ତୁ ମହାମାରୀର ଦ୍ୱିତୀୟ ଲହର ହେତୁ ନିର୍ମାତାଙ୍କ ପାଇଁ ରିଲିଜ କରିବା ଅସମ୍ଭବ ହୋଇପଡିଥିଲା ।

ରାଣା ତାଙ୍କ ଆଗାମୀ ଆକ୍ସନ୍-ଡ୍ରାମା ‘ଭୀମଲା ନାୟକ’ରେ ଅଭିନେତା-ରାଜନେତା ପୱନ କଲ୍ୟାଣଙ୍କ ସହ ମଧ୍ୟ ଧମାଲ କରିବାକୁ ଯାଉଛନ୍ତି, ଯାହା ମାଲାୟାଲମ୍ ସୁପର ହିଟ୍ ଫିଲ୍ମ’ ଅୟପ୍ପନମ୍ କୋଶିୟମ୍’ର ଅଫିସିଆଲ୍ ରିମେକ୍ ଅଟେ । ରାଣା ଖୁବ୍ ଶୀଘ୍ର ନିଜ ଚାଚା ଭେଙ୍କଟେଶ ଦଗଗୁବତୀଙ୍କ ସହ ଆଗାମୀ ନେଟଫ୍ଲିକ୍ସ ସିରିଜ୍ ‘ରାଣା ନାଇଡୁ’ରେ ସାମିଲ ହେବେ, ଯାହା ପ୍ରଶଂସିତ ଆମେରିକାର ଟିଭି ଧାରାବାହିକ’ ରାଇ ଡୋନୋୱାନ୍’ର ଭାରତୀୟ ରୂପାନ୍ତରଣ ଅଟେ ।


ସେୟାର କରନ୍ତୁ