ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମହାବିରୋଡ଼ ବନଖଣ୍ଡ ଅଧିନସ୍ଥ ଡିହଡୋଳ ଫରେଷ୍ଟ ସେକ୍ସନ ପରଜଙ୍ଗ ଅଞ୍ଚଳରେ କିଛି ଦିନ ହେବ ପ୍ରାୟ ଏକ ଶହରୁ ଅଧିକ ହାତୀ ଉପଦ୍ରଵ ଲାଗିରହିଛି । ଏ ଅଞ୍ଚଳରେ ଚାଷ ଜମି ଫସଲ ବ୍ୟାପକ କ୍ଷୟକ୍ଷତିକୁ ଦେଖି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଶନିବାର ରାତିରେ କଙ୍କଡା ସୋଡ଼ା ଗ୍ରାମର ମୁଣ୍ଡପୋତା ସାହୁ (53) ଏବଂ ଅନ୍ୟ ଜଣକ ସହିତ ନିଜ ଚାଷ ଜମି ଜଗିବାକୁ ଯାଇଥିଲା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ତେବେ ମୁଣ୍ଡପୋତା ସାହୁ ଖୁବ ଗୁରୁତର ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସହିତ ଯାଇଥିବା ଅନ୍ୟ ଜଣଙ୍କ ହାତୀ ଦେଖି ଏକ ଗଛ ଉପରକୁ ଚଢ଼ିଯାଇ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏ ଅଞ୍ଚଳରେ ହାତୀ ସମସ୍ୟା ଆଜିର ନୁହେଁ ଏମିତି ଅନେକ ବର୍ଷ ହେବ ଚାଲି ଆସିଛି । ପ୍ରଥମେ ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ହାତୀ ପଲଙ୍କୁ ନିରାପଦରେ ସ୍ଥାନାନ୍ତରିତ ହେଉ ବୋଲି ଲୋକେ ଦାବି କରୁଛନ୍ତି ।


ସେୟାର କରନ୍ତୁ