ଅହାନ୍ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ୍’ର ଗୀତ ‘ତୁମସେ ଭୀ ଜ୍ୟାଦା’ ରିଲିଜ, ୟୁଟ୍ୟୁବରେ ମଚାଉଛି ଧମାଲ….

Truthink
ସେୟାର କରନ୍ତୁ

Tadap Song: ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ୍ ଶେଟ୍ଟୀ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କର ଡେବ୍ୟୁ ଚଳଚ୍ଚିତ୍ରର ନାମ ହେଉଛି ‘ତଡପ’ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମୁଖ୍ୟ ଭୂମିକାରେ ତାରା ସୁତରିୟାଙ୍କୁ ଦେଖିବାକୁ ମିଳିବ । କିଛି ଦିନ ପୂର୍ବରୁ ଫିଲ୍ମ ‘ତଡପ୍’ର ଟ୍ରେଲର ରିଲିଜ ହୋଇଥିଲା ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଗୀତ ରିଲିଜ୍ ହୋଇଛି । ଏହି ଗୀତର ଟାଇଟଲ୍ ହେଉଛି ‘ତୁମସେ ଭୀ ଜ୍ୟାଦା’ ଅଟେ । ଏହି ଗୀତରେ ଅହାନ୍ ଏବଂ ତାରାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ଏହି ଗୀତଟି ୟୁଟ୍ୟୁବରେ ବହୁତ ଭଲ ରିସପନସ ପାଇବାରେ ଲାଗିଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ଅହାନ୍ ଶେଟ୍ଟୀ, ତାରା ସୁତରିୟା ଏବଂ ସୌରଭ ଶୁକ୍ଲାଙ୍କ ଅଭିନୀତ ଚଳଚ୍ଚିତ୍ର ‘ତଡପ’ର ‘ତୁମସେ ଭୀ ଜ୍ୟାଦା’ (Tumse Bhi Zyada) ଗୀତ ନିକଟରେ ମୁକ୍ତିଲାଭ କରିଛି । ଏହି ଗୀତକୁ ପ୍ରୀତମ ଏବଂ ଅରିଜିତ ସିଂହ ଗାଇଛନ୍ତି ଏବଂ ସଂଗୀତ ପ୍ରସାଦ ଷଷଟେ ଏବଂ ସନ୍ନି ଏମ ଆର ଦେଇଛନ୍ତି । ଏଥିସହ ‘ତୁମସେ ଭୀ ଜ୍ୟାଦା’ ଗୀତକୁ ଇରଶାଦ କମିଲ ଲେଖିଛନ୍ତି । ଅହାନ୍ ଶେଟ୍ଟୀ ଏବଂ ତାରା ସୁତରିୟାଙ୍କ ଏହି ଗୀତକୁ ବହୁତ ପସନ୍ଦ କରାଯାଉଛି । ଏହି ଗୀତ ରିଲିନ୍ ସହିତ ୟୁଟ୍ୟୁବ୍କୁ ଧମାଲ ମଚାଉଛି ।

ଡିସେମ୍ବରରେ ପ୍ରେକ୍ଷାଳୟରେ ଅହାନ୍ ଶେଟ୍ଟୀ ଏବଂ ତାରା ସୁତରିୟାଙ୍କ ଫିଲ୍ମ ‘ତଡପ୍’ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ଅହାନ୍ ଏବଂ ତାରା ଯଥାକ୍ରମେ ଇଶାନା ଏବଂ ରମିସା ଭୂମିକାରେ ଅଭିନୟ କରୁଛନ୍ତି । ଫକ୍ସ ଷ୍ଟାର ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ଏବଂ ସାଜିଦ ନାଡିୟାଡୱାଲା ଗ୍ରାଣ୍ଡସନ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ତଡପ୍ ଫିଲ୍ମ ସାଜିଦ ନାଡିୟାଡୱାଲା କରିଛନ୍ତି । ଏହି ଫିଲ୍ମ ନିର୍ମାଣ ମିଲନ ଲୁଥରିଆଙ୍କ ନିର୍ଦ୍ଦେଶନାରେ କରାଯାଇଛି । କହିବା କି ‘ତଡପ୍’ ହେଉଛି 2018 ତେଲୁଗୁ ଚଳଚ୍ଚିତ୍ର ‘RX 100’ ର ରିମେକ୍ ।


ସେୟାର କରନ୍ତୁ