ଆସିଲା ଖୁସି ଖବର: ତୈଳ ଦର ହ୍ରାସ ପାଇଲା ପରେ ବସ ଭଡା କମିଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଦୀପାବଳିର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଉପରେ 5 ଓ ଡିଜେଲ ଉପରେ 10 ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କରିବା ପରେ ରାଜ୍ୟ ସରକାର ମଧ୍ୟ ନଭେମ୍ବର 5 ତାରିଖ ମଧ୍ୟରାତ୍ରୀରୁ 3 ଟଙ୍କା ଭାଟ୍‌ କମ କରିଥିଲେ । ଯାହା ଫଳରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍‌ ଦର ହ୍ରାସ ପାଇବା ପରେ ଘରୋଇ ବସ୍‌ ମାଲିକ ମାନେ ଯାତ୍ରୀ ମାନଙ୍କ ଠାରୁ ବସ୍‌ ଭଡ଼ା ପୂର୍ବାପେକ୍ଷା କମ୍‌ ନେବାକୁ ସହମତି ଜଣାଇଛନ୍ତି । ଏଣିକି ଯାତ୍ରୀମାନଙ୍କୁ ଅର୍ଡିନାରି ଓ ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା 5 ପଇସା ଭଡ଼ା କମ୍‌ ଦେବାକୁ ପଡ଼ିବ । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ କିମି ପିଛା 10 ପଇସା ହ୍ରାସ ପାଇଛି ।

ପୂର୍ବରୁ ଅର୍ଡିନାରି ବସ୍‌ରେ କିମି ପିଛା ଯାତ୍ରୀଙ୍କୁ 92 ପଇସା ଦେବାକୁ ପଡୁଥିଲା । ନୂତନ ଦର ଅନୁସାରେ କିମି ପିଛା 87 ପଇସା ଦେବାକୁ ପଡ଼ିବ । ସେହିଭଳି ଏକ୍ସପ୍ରେସ୍‌ ବସ ଭଡା କିମି ପିଛା 96 ପଇସାରୁ 91 ପଇସା କରି ଦିଆଯାଇଛି । ଡିଲକ୍ସ ବସ୍‌ ଭଡା 1 ଟଙ୍କା 35 ପଇସାରୁ 1 ଟଙ୍କା 25 ପଇସା କରି ଦିଆଯାଇଛି । ସେହିପରି ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା 1 ଟା 63 ପଇସାରୁ 1 ଟଙ୍କା 53 ପଇସା ହୋଇଛି ।


ସେୟାର କରନ୍ତୁ