ଓଡ଼ିଶା ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜରଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଆଜି ଓଡିଶା ଭିଜିଲାନ୍ସ ଅଧିକାରୀଙ୍କ ପକ୍ଷରୁ ଚଢାଉ କରାଯାଇଛି । ତାଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର 10ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି ।

ଭୁବନେଶ୍ୱର ଜୟଦେବବିହାର ସ୍ଥିତ 6 ତାଲା ବିଶିଷ୍ଟ ଘରେ ରେଡ୍ । ଖଣ୍ଡଗିରି ସରକନ୍ତରାସ୍ଥିତ ଭଡ଼ା ଘର, ଜୟଦେବବିହାରସ୍ଥିତ ନରେନ୍ଦ୍ର ଭିଲ୍ଲା, ଭଦ୍ରକ ବାଲିସାହିର 3 ତାଲା ବିଲ୍ଡିଂ, ବାଲେଶ୍ୱର ସିମୁଳିଆସ୍ଥିତ ନିଜ ଘର, ସିମୁଳିଆ ହରିପୁରର ସମ୍ପର୍କୀୟଙ୍କ ଘର ଓ OPHWC କାର୍ଯ୍ୟାଳୟରେ ଚାଲିଛି ରେଡ୍ । ପ୍ରତାପଙ୍କର ବାସୁଦେବପୁରର ସିନେମା ହଲ ରୋଡ଼ ବାଲି କଲୋନୀରେ ଚାରିତାଲା ବିଶିଷ୍ଟ ନିଜସ୍ୱ ଆପାର୍ଟମେଣ୍ଟରେ ମଧ୍ୟ ରେଡ ଚାଲିଛି ।

ଜଣେ ଅତିରିକ୍ତ ଏସପି, 5ଜଣ ଡିଏସପି, 7 ଜଣ ଇନ୍ସପେକ୍ଟର ଅନ୍ୟ କର୍ମଚାରୀମାନଙ୍କୁ ନେଇ ଓଡ଼ିଶା ଭିଜିଲାନ୍ସର 10ଟି ଟିମ୍ ଏହି ଚଢ଼ାଉରେ ସାମିଲ ଥିବା ଜଣାଯାଇଛି ।


ସେୟାର କରନ୍ତୁ