ଗତ ବର୍ଷ ଭଳି ଏବର୍ଷ ମଧ୍ୟ ହେବ ନାହିଁ ବାଲି ଯାତ୍ରା

ରାଜ୍ୟ
ସେୟାର କରନ୍ତୁ

କଟକ : ଏଥର ବି ହେବନି ବାଲିଯାତ୍ରା । କୋଭିଡକୁ ଆଖି ଆଗରେ ରଖି କଟକର ଐତିହାସିକ ବାଲିଯାତ୍ରା ନକରିବାକୁ ଗତ ବର୍ଷ ଭଳି ଏଥର ମଧ୍ୟ ବାଲିଯାତ୍ରା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ରାଜ୍ୟରେ ଏବେ କରୋନା ଗ୍ରାଫ ତଳକୁ ରହିଥିଲା ବେଳେ ଜନସମାଗମ ବଢିଲେ ଏହା ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେବେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ବାଲିଯାତ୍ରା ବାତିଲ୍‌ କରାଯାଇଥିବା ସୂଚନା ଦେଇଛନ୍ତି ।

ଗତବର୍ଷ ମଧ୍ୟ କରୋନା କାରଣରୁ ବାଲିଯାତ୍ରା ବନ୍ଦ ରଖାଯାଇଥିଲା । ପ୍ରତିବର୍ଷ କାର୍ତ୍ତିକ ମାସ ଶେଷକୁ ପ୍ରସିଦ୍ଧ ବାଲି ଯାତ୍ରାର ଆୟୋଜନ କରାଯାଏ । ଏଥିରେ ବହୁ ବ୍ୟବସାୟୀଙ୍କ ସମାଗମ ହେବା ସହିତ ବହୁ ଲୋକ ଏହି ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି । ହେଲେ ଚଳିତ ବର୍ଷ ସଂକ୍ରମଣ କମିଥିଲେ ବି ବାଲିଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି କୁହାଯାଇଛି । ବାଲିଯାତ୍ରାରେ ରାଜ୍ୟର ଲକ୍ଷାଧିକ ଲୋକ ଏକାଠି ହୁଅନ୍ତି । ଏତେ ସଂଖ୍ୟାରେ ଲୋକ ଗୋଟିଏ ସ୍ଥାନରେ ଏକାଠି ହେଲେ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ, ଜିଲ୍ଲା ପ୍ରଶାସନ ଏପରି ବଡ ନିଷ୍ପତ୍ତି ନେଇଛି ।


ସେୟାର କରନ୍ତୁ